ପାଇକମାଲ :-ପାଇକମାଲ ବ୍ଲକ ର 4ଗୋଟି ପଞ୍ଚାୟତ ଯଥା ପାଇକମାଲ , ଭୁବନେଶ୍ୱରପୁର , ଝିଟିକି ଓ କାନ୍ଶଡା ପଞ୍ଚାୟତ ରେ ରାଜ୍ୟ ସରକାରଙ୍କର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବାବଦରେ ସବିଶେଷ ତଥ୍ୟ ପ୍ରତ୍ୟେକ ବ୍ୟକ୍ତି ଙ୍କର ନିକଟରେ ସିଧାସଳଖ ପହଞ୍ଚାଇବା ଏହି ଯୋଜନାର ମୂଳ ଲକ୍ଷ ଅଟେ । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ମାନ ଲଗାଯାଇ ସାଧାରଣ ଲୋକଙ୍କୁ ବିଭିନ୍ନ ଯୋଜନା ବାବଦରେ ବୁଝାଇବାର ପ୍ରୟାସ ଜରାଯାଇଛି । ଭୁବନେଶ୍ୱରପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ଭୋଇ ,ସମିତି ସଭ୍ୟା ରମ୍ଭା ବରିହା କାର୍ଯ୍ୟନିର୍ବାହୀ ଅଧିକାରୀ ଭୋଜରାଜ ଭୋଇ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଜନସାଧାରଣ ଙ୍କୁ ରାଜ୍ୟସରକାର ଙ୍କର ଵିଭିନ୍ନ ଯୋଜନା ବାବଦରେ ବୁଝାଇଥିଲା । ପାଲା ଗାୟକ ଗିରିଧାରୀ ବାଗ ଙ୍କୁ ରାଜ୍ୟ ସରକାରଙ୍କର ତରଫରୁ ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ କଳାକାର ଭତ୍ତା ପ୍ରଦାନ କରିଥିଲେ । ମଧୁବାବୁ ଭତ୍ତା ଯୋଜନାରେ 1 ଜଣ ଓ 30ଜଣଙ୍କୁ ନୂତନ ଭାବରେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା ।
କାନ୍ଶଡା ଗ୍ରାମ ପଂଚାୟତରେ ସରପଞ୍ଚ ଶ୍ରୀମତୀ ସୁଷମା ସାହୁ , ସମିଟିସଭ୍ୟା ଶ୍ରୀମତୀ ସୁଭଦ୍ରା ନାଗ ,ପାଇକମାଲ ବ୍ଲକର ରମେଶ ଚନ୍ଦ୍ର ସେଠି ପ୍ରମୁଖ ଏହି ପିଠା କାର୍ଯକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ଏହି କାର୍ଯକ୍ରମରେ ପଂଚାୟତର 5 ଜଣଙ୍କୁ କଳାକାର ଭତ୍ତା , 30 ଜଣଙ୍କୁ ମଧୁବାବୁ ଭତ୍ତା , ଓ 23 ଜଣଙ୍କୁ ନୂତନ ଭାବରେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା ।
ପାଇକମାଲ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ କାର୍ଯକ୍ରମ କୁ ପଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ଓ ସମିତି ସଭ୍ୟା ଶ୍ରୀମତୀ ନିରୂପମା ନାଗ ପରିଚାଳିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ 3 ଜଣଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯକ୍ରମକୁ ପଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ ସୁଚାରୁ ରୁପେ ପରିଚାଳନା କରିଥିବା ବେକେ ପଇକମାଲ ତହସିଲଦାର ଶ୍ରୀ ପୂର୍ଣାନନ୍ଦ ପଟେଲ , ବିଦ୍ୟୁତ ବିଭାଗର ଯନ୍ତ୍ରୀ ଶ୍ରୀ ମନୋଜ କୁମାର ମେହେର , ଡା, ଭିଭୁତି ଭୂଷଣ ମହନ୍ତ , ଓ ରାଜ୍ୟ ସରକାର ଙ୍କର ବିଭିନ୍ନ ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ ।