- ଆସନ ସଂରକ୍ଷଣରୁ ବାଦ୍ ପଡିଲେ ପଛୁଆ ବର୍ଗ ,
- ପ୍ରକାଶ ପାଇଲା ସଂଶୋଧିତ ସଂରକ୍ଷିତ ସୂଚି
ଓଡ଼ଗାଁ,୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ସାଧାରଣ ନିର୍ବାଚନ ୨୦୨୫ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତା. ୧୯/୫/୨୦୨୫ ରିଖ ବିଜ୍ଞପ୍ତି ସଂଖ୍ୟା ୮୦୧ରେ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ଆସନ ଉଲ୍ଲେଖ ଥିଲା। କିନ୍ତୁ ପରବର୍ତ୍ତୀ ଓଡ଼ିଶା ପୈାର ସଂଶୋଧନ ଆଇନ ୨୦୨୨ରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦିଆଯାଇଥିବାରୁ ତା. ୫/୬/୨୦୨୫ ରିଖ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ସଂଖ୍ୟା ୯୦୨ ଅନୁସାରେ ୱାର୍ଡ ସୀମା ନିର୍ଦ୍ଧାରଣ ପୂର୍ବବତ ରହିଥିବା ବେଳେ ପ୍ରତ୍ୟେକ ୧୫ ୱାର୍ଡର ପୁନଃ ସଂଶୋଧିତ ସଂରକ୍ଷିତ ଆସନ ତାଲିକା ପ୍ରକାଶ ପାଇଛି । ୧ ନମ୍ବର ୱାର୍ଡ ବିଲମାନପୁର ଏବଂ ୨ ନମ୍ବର ଓ୍ବାର୍ଡ ଛାମୁସାହି ଏହି ଦୁଇଟି ଆସନ ଅଣ ସଂରକ୍ଷିତଙ୍କ ପାଇଁ ରହିଥିବା ବେଳେ ପାଇକ ସାହି ୩ ନମ୍ବର ଓ୍ବାର୍ଡ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୪ ନମ୍ବର ଓ୍ବାର୍ଡ ଆସନ ଅଧିକାରୀ ସାହି ଓ ଖାଡି ତେଲିସାହି ମହିଳାଙ୍କ ପାଇଁ, ୫ ନମ୍ବର ଓ୍ବାର୍ଡ ଆସନ ପାଟଣା ସାହି ଏବଂ ୬ ନମ୍ବର ଓ୍ବାର୍ଡ ଆସନ ଓଡ଼ିଆ ସାହି ଓ ବଜାର ସାହି ଆସନ ଅଣସଂରକ୍ଷିତ ଅଛି ।୭ନମ୍ବର ଓ୍ବାର୍ଡ ହରିଜନ ସାହି ଓ ଲଜସାହି ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୮ନମ୍ବର ଓ୍ବାର୍ଡ ବ୍ଳକସାହି ଓ ବିଜୟ ମଣ୍ଡପ ସାହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୯ ନମ୍ବର ଓ୍ବାର୍ଡ ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ଆସନ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଥିବା ବେଳେ ୧୦ ନମ୍ବର ଓ୍ବାର୍ଡ ଖେଳପଡିଆ ସାହି ଓ ଶିଳ୍ପୀ ନଗର ସାହି ଆସନ ଅଣସଂରକ୍ଷିତ ରହିଛି । ୧୧ ନମ୍ବର ଓ୍ବାର୍ଡ ହେମାମାଳି ସାହି ଓ ଗାନ୍ଧୀ ନଗର ସାହି ଆସନ ମହିଳାଙ୍କ ପାଇଁ ଏବଂ ୧୨ ନମ୍ବର ଓ୍ବାର୍ଡ ନିତ୍ୟାନନ୍ଦ ସାହି ଓ ଗୁପ୍ତମଠସାହି ଆସନ ମହିଳାଙ୍କ ପାଇଁ ଏବଂ ୧୩ ନମ୍ବର ଓ୍ବାର୍ଡ ଦଲକ, ଗୁଡ଼ିଆସାହି ଓ କଲେଜ ରୋଡ୍ ଆସନଟି ମଧ୍ୟ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସେହିପରି ୧୪ ନମ୍ବର ଓ୍ବାର୍ଡ କଦଳୀ ବନ୍ଧ ଓ ଆଖୁପଦର ରାଜସ୍ବ ଗ୍ରାମ ଆସନଟି ଏବଂ ୧୫ ନମ୍ବର ଓ୍ବାର୍ଡ ଜାରିଙ୍ଗି ଆସନ ଅଣସଂରକ୍ଷିତ ରହିଛି।