ପୁରୀ (ଅନିମେଶ ପଟ୍ଟନାୟକ): ଶନିବାର ଉଠିଛି ୩ରଥର ଚାରିନାହାକା । ଧାର୍ଯ୍ଯ ସମୟର ପୂର୍ବରୁ ଉଠିଛି ଚାରିନାହାକା । ବିଧି ଅନୁଯାଇ ସ୍ନାନ ପୂର୍ଣ୍ଣିମା ଦିନ ଚାରିନାହାକା ଉଠେ । ହେଲେ ଚଳିତ ବର୍ଷ ରଥ କାର୍ଯ୍ଯ ଦ୍ରୁତଗତିରେ ଆଗେଇ ଚାଲିଛି । ଫଳରେ ନିର୍ଦ୍ଧାରିତ ସମୟର ୪ଦିନ ପୂର୍ବରୁ ଉଠିଛି ୩ରଥର ୫ଦଣ୍ଡା । ଆଗ ପୋଲ ଗୟଳ ଓ ପଛ ପୋଲ ଗୟଳ ଲଗାଯାଇ ନିରାଡି ସହ ସଂଯୁକ୍ତ ହୋଇ ମୋଡାଯାଇଛି । ପୋଲ ଗୟଳକୁ ସାତ ଗୋଟି ଖମ୍ବୀ ମୁଣ୍ଡାଇ ରଖିଛି । ପୋଲ ଗୟଳ ଉପରେ ଭାରାବାନ୍ଧି ଫାଳି ବଣ୍ଟନ ପଡିଛି । ତିନିରଥର ଶେଷ ଦୁଇଟି ଲେଖାଁଏ ଗୟଳ ଚଉପଟ କାର୍ଯ୍ଯ ଶେଷ ହୋଇଛି । ରୂପକାର ସେବକ ମାନେ ନାଟ ଗୋଡରେ ରାହୁରୂପ ଓ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡି ଛାଲ କଣ୍ଟା ଓ ଗୟଳ ପାଇଁ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ରଥଖଳାରେ ବିଶ୍ବକର୍ମା ସେବକ ଭୋଇ ସେବକ, ରୂପକାର ସେବକ, କରତି ସେବକ,ବିନ୍ଧ କାରୀଗର ଓ ଓଝା ସେବକ ମାନେ ରଥନିର୍ମାଣ ଜାରି ରଖିଛନ୍ତି ।
ରାଜ୍ୟ
ଉଠିଲା ତିନି ରଥର ଚାରିନାହାକା
- Hits: 41