ହେଡଲାଇନସ୍:

ବାଫଲିମାଳି ଖଣି ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ ; ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପ, ବାଫଲିମାଳି ଖଣି ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗତ ଦୁଇଦିନରୁ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ସମ୍ପର୍କିତ ବିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କମ୍ପାନୀ ପରିଚାଳନା ନିର୍ଦେଶକ ସତୀଶ ପାଇଙ୍କ ଦ୍ୱାରା ପରିବେଶ ସୁରକ୍ଷା ସଂକ୍ରାନ୍ତରେ ଲିଖିତ ବାର୍ତା କର୍ମଚାରୀ ଓ ଅନ୍ୟ ବ୍ୟାସାୟିକ ସହଯୋଗୀଙ୍କ ଉଦେଶ୍ୟରେ ପଠନ କରାଯାଇଥିଲା । ପ୍ରଥମ ଦିନରେ ଖଣି ବିଭାଗ ତରଫରୁ ସଚେତନତା ଉଦେଶ୍ୟରେ ବାଫଲିମାଳି ଖଣି ସୁରକ୍ଷା ଗେଟ ନିକଟରେ ସୁରକ୍ଷାକର୍ମୀ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ଓ ପରିବେଶ ସୁରକ୍ଷା ତଥା ବୃକ୍ଷରୋପଣ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସେହିପରି ଖଣି ୱାର୍କସପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଯ୍ୟବ୍ୟସ୍ତୁ ପାଇଁ ହୋଇଥିବା ପରିବେଶ ପ୍ରଦୂଷଣ ସଂକ୍ରାନ୍ତରେ କର୍ମଚାରୀଙ୍କୁ ବୁଝାଇବା ସହ ଏହାର ସଠିକ ପରିଚଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ପ୍ରତି ସବୁଜ ପରିବେଶର ଉପକାରିତା ଓ ସାମୁହିକ ପ୍ଲାଷ୍ଟିକ ଆବର୍ଜନା ବର୍ଜନ ସକାଶେ ଆହ୍ୱାନ ଦିଆଯାଇଥିଲା । ଏହାପରେ ଖଣି ପ୍ରଶାସନିକ ବୁଲଡିଂ ଠାରେ ସଫେଇ କର୍ମଚାରୀଙ୍କ ମଧ୍ୟରେ ସଫେଇ ସମ୍ୱନ୍ଧୀୟ ଉପକାରିତା ସହ ପରିବେଶ ସୁରକ୍ଷା ସବୁଜିମା ସମ୍ପର୍କରେ ବୁଝାଯାଇଥିଲା । ସେହିଭଳି ଦ୍ଵିତୀୟ ଦିନରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ବାର୍ତା ନେଇ ଏକ ବିରାଟ ଶୋଭାଯାତ୍ରା ଖଣି ପରିସରରେ ଆୟୋଜନ ହୋଇଥିଲା । ଉକ୍ତ ଶୋଭାଯାତ୍ରା ଖଣି ପ୍ରଶାସନିକ କାର୍ଯ୍ୟାଳୟ ଠାରୁ ବାହାରି ପରବର୍ତୀ ମୁହୁର୍ତରେ ଷ୍ଟାଡିଅମ ଠାରେ ପହଂଚିଥିଲା ।

ଏହି ଅବସରରେ କାଶୀପୁର ଆରଏଫଓ ଅନ୍ତର୍ଯ୍ୟାମୀ ସାହୁ ଓ ଖଣି ମୁଖ୍ୟ ବିଜୟ ଚୌହାନ ଉଦ୍ବୋଧନ ଦେଇ ପ୍ଲାଷ୍ଟିକ ଆବର୍ଯ୍ୟନ କୁପରିଣାମ ସମ୍ପର୍କରେ ପ୍ରକାଶ କରିଥିଲେ । ଓ ଏହାକୁ ସମ୍ପୂର୍ଣ ଭାବେ ତ୍ୟାଗ କରିବା ସକାଶେ ମତବ୍ୟକ୍ତ କରିଥିଲା । ପରବର୍ତୀ ପର୍ଯ୍ୟୟାରେ ପରିବେଶ ସୁରକ୍ଷାକୁ ନେଇ ସାମୁହିକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଶେଷରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଥିଲା ।

0
0
0
s2sdefault