ହେଡଲାଇନସ୍:

ଭୁବନେଶ୍ୱରରେ ଆୟୋଜିତ ହେବ “ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ” ଶୀର୍ଷକ ଜାତୀୟ ସେମିନାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଳିତ ଭାବେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ ଦ୍ୱାରା ଆୟୋଜିତ ହେବ

ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜୁନ ୮ ତାରିଖରେ ‘ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ’ ଶୀର୍ଷ ଏକ ମର୍ଯ୍ୟାଦାଜନକ ଜାତୀୟ ସେମିନାରର ଆୟୋଜିତ ହେବାକୁ ଯାଉଛି, ଯାହାକୁ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ (ଆବିସି) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରୁ ପ୍ରତିଷ୍ଠିତ ଇଞ୍ଜିନିୟର, ଆର୍କିଟେକ୍ଟ, ଅର୍ବାନ ପ୍ଲାନର, ସରକାରୀ ଅଧିକାରୀ, ଟେକ୍ନୋକ୍ରାଟ ଓ ଶିକ୍ଷାର୍ଥୀଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକତ୍ରିତ କରିବ ବୋଲି ଆଶା କରାଯାଉଛି।

ଏହି ସେମିନାରରେ ଓଡିଶା ସରକାରଙ୍କ ପୂର୍ତ ବିଭାଗର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଏବଂ ପୂର୍ତ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ୩ଟି ବୈଷୟିକ ଅଧିବେଶନ ସାମିଲ ରହିଛି ଯାହା ସ୍ମାର୍ଟ ଭିତିଭୂମି, ସ୍ଥାୟୀ ନିର୍ମାଣ ଓ ଆଇକୋନିକ ବିଲ୍ଡିଂ ଡିଜାଇନ କ୍ଷେତ୍ରରେ ଅଭିନବ ପଦ୍ଧତି ଭଳି ଆଧୁନିକ ବିଷୟବସ୍ତୁଗୁଡିକ ଉପରେ ଗୁରୁତ୍ୱ ଦେବ।

ଏହି ଅବସରରେ ଉପସ୍ଥିତ ଅନ୍ୟ ସମ୍ମାନିତ ବ୍ୟକ୍ତିମାନେ ହେଲେ ଆଇବିସି ଓଡ଼ିଶା ଚାପ୍ଟରର ସଚିବ ତ୍ରିନାଥ ବେହେରା, ସଂଯୋଜକ ମନୋଜ କୁମାର ମହାନନ୍ଦ, ଭେନ୍ୟୁ କମିଟିର ଅଧ୍ୟକ୍ଷ ପ୍ରିୟବ୍ରତ ସାମନ୍ତରାୟ, ପ୍ରତିଷ୍ଠାତା ସଭାପତି ଓ.ପି. ଗୋଏଲ, ଡବ୍ଲ୍ୟୁଏଫଇଓର ଡେପୁଟି ଏକ୍ସ-ଇଭିପି ଅଶୋକ ବାସ, ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମିତଲ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇ.ଏସ୍‌. ସିଦ୍ଧୁ।

ଏସମ୍ପର୍କରେ ନିଜର ମତବ୍ୟକ୍ତ କରି ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଓଡିଶା ଚାପ୍ଟରର ଅଧ୍ୟକ୍ଷ ଇଞ୍ଜିନିୟର ବିଜୟ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, “ନିର୍ମାଣ ଓ ଭିତିଭୂମି କ୍ଷେତ୍ରରେ ସଦ୍ୟତମ ଅଗ୍ରଗତିଗୁଡିକ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ଅନେକ ଜାତୀୟ ସ୍ତରୀୟ ବିଶେଷଜ୍ଞ ଏହି ସେମିନାରରେ ଯୋଗ ଦେବେ। ଲେଖକମାନେ ନୂତନ ଉଦ୍ଭାବନଗୁଡିକ ଉପରେ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିବେ। ପିଡବ୍ଲୁଡି, ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟ୍‌କୋ, ଓଡିଶା ପୋଲିସ ହାଉସିଂ କର୍ପୋରେଶନ, ଇଡ୍‌କୋ ଭଳି ପ୍ରମୁଖ ସରକାରୀ ସଂସ୍ଥା ଏବଂ ଭିସୁଟ, ଓୟୁଟିଆର ଓ ସୋଆ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।”

ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଅଧ୍ୟକ୍ଷ ଇଞ୍ଜିନିୟର ଚିନ୍ମୟ ଦେବନାଥ କହିଛନ୍ତି, “ଆମେ ପୂର୍ତ ବିଭାଗ ସହ ସହଯୋଗିତାରେ ଇଣ୍ଡିଆନ ବିଲ୍ଡିଂସ କଂଗ୍ରେସର ୧୯୬ତମ ଏକ୍‌ଜିକ୍ୟୁଟିଭ କାଉନ୍ସିଲ ମିଟିଂର ଆୟୋଜନ କରୁଛୁ। ଆଇକୋନିକ ବିଲ୍ଡିଙ୍ଗଗୁଡିକର ନିର୍ମାଣରେ ସଦ୍ୟତମ ଅଗ୍ରଗତି ପ୍ରସଙ୍ଗ ଉପରେ ଆୟୋଜିତ ହେଉଥିବା ଏହି ସେମିନାର ସମଗ୍ର ଦେଶରୁ ବିଶେଷଜ୍ଞମାନଙ୍କ ଅଂଶଗ୍ରହଣର ସାକ୍ଷୀ ହେବ। ଏହି ଅଧିବେଶନଗୁଡିକର ଫଳାଫଳକୁ ନୀତିସ୍ତରୀୟ କାର୍ଯ୍ୟକାରିତା ପାଇଁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।

ସେହିପରି ଆଇବିସି କାଉନ୍ସିଲ ସଦସ୍ୟ ଏବଂ ପୂର୍ବତନ ଇଆଇସି, ରାଜ୍ୟ ସରକାର ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ଏହି ସେମିନାରର ମହତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ଦୁଇ ଦଶନ୍ଧି ପରେ ଭୁବନେଶ୍ୱରରେ ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଜିତ ହେବାକୁ ଯାଉଛି। ଏହି ଇଭେଂଟ ଇଞ୍ଜିନିୟର, ଆର୍କିଟେକ୍ଟ ଓ ଟେକ୍ନୋକ୍ରାଟ୍‌ଙ୍କୁ ଭିତିଭୂମି ବିକାଶର ଭବିଷ୍ୟତ ପାଇଁ ଅଭିନବ ଓ ସ୍ଥାୟୀ ସମାଧାନଗୁଡିକୁ ଅନ୍ୱେଷଣ କରିବା ପାଇଁ ଏକତ୍ରିତ କରିବ।”

ଆଇବିସି, ଓଡିଶା ଚାପ୍ଟରର ଉପାଧ୍ୟକ୍ଷ ପ୍ରଫେସର ପି.କେ. ପାଢୀ କହିଛନ୍ତି, “ଆଇବିସିର ଓଡିଶା ଚାପ୍ଟର ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏଭଳି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି ଏବଂ ଆମେ ଏହାକୁ ନେଇ ସରକାରୀ ସଂସ୍ଥା, ଯୋଜନା କର୍ତୃପକ୍ଷ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଉଛୁ।”

ଚେନ୍ନାଇ ୟୁଆରସି ଗ୍ରୁପର ମୁଖ୍ୟ ଷ୍ଟ୍ରକଚରାଲ ଇଞ୍ଜିନିୟର ଏବଂ ଟେକ୍ନିକାଲ୍ ଡାଇରେକ୍ଟର ଇଞ୍ଜିନିୟର ମୁରୁଗେସନ ମୁଥୁ କହିଛନ୍ତି, “ଭତିଭୂମି ଏବଂ ନିର୍ମାଣ ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ, ଏହି ପ୍ଲାଟଫର୍ମ ବିଶେଷଜ୍ଞ ଏବଂ ପେଶାଦାରମାନଙ୍କୁ ଏକାଠି କରିବ ଯାହା ନିର୍ମାଣ ଶିଳ୍ପରେ ନବସୃଜନ ଏବଂ ପ୍ରଗତି ପାଇଁ ପଥ ପ୍ରସ୍ତୁତ କରିବ।”

ଏହି ସେମିନାର ନିର୍ମାଣ ଓ ଭିତିଭୂମିର ସଦା ବିକଶିତ କ୍ଷେତ୍ରରେ ସୂଚନା, ବିଚାର ଓ ସର୍ବୋତମ ଅଭ୍ୟାସର ଆଦାନପ୍ରଦାନ ପାଇଁ ଏକ ଉଲ୍ଲେଖନୀୟ ମଂଚ ହେବା ପାଇଁ ପ୍ରତିଶ୍ରୁତି ଦେଉଛି। ଏହା ଭାରତବ୍ୟାପୀ ଭବିଷ୍ୟତର ଆଇକୋନିକ ବିଲ୍ଡିଂ ପ୍ରୋଜେକ୍ଟଗୁଡିକର ଯୋଜନା ଓ କାର୍ଯ୍ୟକାରିତାରେ ମୂଲ୍ୟବାନ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ରହିଛି। ଏହି ସେମିନାରରେ ୫ ଜଣ ପ୍ରସିଦ୍ଧ ମୁଖ୍ୟ ବକ୍ତା ରହିବେ ଯଥା ଶ୍ରୀ ସଞ୍ଜୟ ପନ୍ତ, ଡିଡିଜି ବିଆଇଏସ, ଶ୍ରୀ ଦେବେନ୍ଦ୍ର ଗିଲ, ଇଡି ସେଫଟି, ଡିଏମଆରସି, ଶ୍ରୀ ମୁରୁଗେସନ, ଶ୍ରୀ ଏସ୍‌. ସାମନ୍ତରାୟ ଏବଂ ଶ୍ରୀ ପ୍ୟାରୀ ମୋହନ ମିଶ୍ର, ଯେଉଁମାନେ ସ୍ଥାୟୀତ୍ୱ ଠାରୁ ଆରମ୍ଭ କରି ସୁରକ୍ଷା ଏବଂ ଉପକରଣ ଏବଂ ପଦ୍ଧତିରେ ନବସୃଜନ ପର୍ଯ୍ୟନ୍ତ ବିବିଧ ବିଷୟ ଉପରେ ବକ୍ତବ୍ୟ ରଖିବେ।

0
0
0
s2sdefault