ହେଡଲାଇନସ୍:

ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁରରୁ ନୀଳ ଦୀପ/ ଗାଇସିଲେଟରୁ କେଦାର ସାହୁ  : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗନିଅାଁପାଲି ଗ୍ରା.ପ ସଭା ଗୃହରେ ଗାଇସିଲାଟ ବ୍ଲକ ବିଡିଓ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ଦିନ ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ବ୍ଲକ ଚେଆରମେନ ବାସନ୍ତୀ ପାଣ୍ଡେ ମୂଖ୍ୟ ଅତିଥି, ସରପଂଚ ତୁଳସୀରାମ ସେଠ ସମ୍ମାନୀତ ଅତିଥି  ଭାବେ ଯୋଗଦାନ କରିଥିଲେ ।  ନୋଡାଲ ଅଫୀସର ସୁଗୁ ବାଦି ସଭା ପରିଚାଳନା କରିଥିଲେ । ଅନୁଷ୍ଠିତ  ସଭାରେ ଗାଇସିଲାଟ ଏବିଇଓ ଗାହକ ସେଠ, ଭାରପ୍ରାପ୍ତ ଶିକ୍ଷକ ସୁମନ୍ତ କୁମାର ବିଶ୍ୱାଲ, ସି.ଡବ୍ଲୁ୍ୟ.ଏସ୍.ଏନ୍ ସୁଶାନ୍ତ କୁମାର ଦାଶ, ପ୍ରମୋଦ କୁମାର ପାଣିଗ୍ରାହୀ, ସି.ଡବ୍ଲୁ୍ୟ.ଏସ୍.ଏନ୍ ରୋହିତ କୁମାର ସାହୁ, ପି.ଇ.ଓ ଉମାକାନ୍ତ ଭୁଏ, ଆଇ.ସି.ଡି.ଏସ୍ ବେଦମତୀ ମିଶ୍ର, ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି ଦିଦି, ପ୍ରାଥମିକ ଚିକିତ୍ସାଳୟର  ନର୍ସ, ଉଦ୍ୟାନ  ବିଭାଗ, ବିଦ୍ୟୁତ  ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ସୁବିଧା ସୁଯୋଗ ତଥା ସରକାରଙ୍କ ବିଭିନ୍ନ ଯୋଜନା ର କିଭଳି ଭାବରେ ଜନ ସାଧାରଣ ଉପକୃତ ହେବେ  ସେଥି ଉପରେ ଆଳୋଚନା ହୋଇଥିଲା । ଏଥିରେ ଗନିଅାଁପାଲି ଗ୍ରା.ପର ୩ଟି ଗ୍ରାମର ୩୨ ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ର ମାଁ ମାନେ ଯୋଗଦାନ କରି ସ୍ୱହସ୍ତରେ ତିଆରି ଆରିଷା, କାକରା, ଗୁଡ ବରା, ମଣ୍ଡା, ରାଶି ଲଡୁ, ମୁଢି ଲଡୁ, ଦାନ୍ତିରି ଖଜା, ଚାଉଲ ବରା, ମୁଗବରା, ବିରି ବରା, ଛେନା ପୋଡ, ବିଭିନ୍ନ ପ୍ରକାରର ପାପଡ, ମୁଡଗୁ, ରାଶି ବରି, ବିରି ବଡି, କଖାରୁ ବଡି ଏଭଲି ୪୩ ରୁ ଉଦ୍ଧ୍ୱର୍ ପ୍ରକାରର ପିଠା ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଏହା ପରେ ଏହି ପଂଚାୟତର ୪୧ ଜଣ ନୂତନ ହିତାଧରକାରୀଙ୍କୁ ଭତା ବଂଟନ  କରାଯାଇଥିଲା । ସଭା ଶେଷରେ କାର୍ଯ୍ୟ ନିବାହୀ ଅଧିକାରୀ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୧ ହଜାରରୁ ଉଦ୍ଧ୍ୱର୍ ଗ୍ରାମବାସୀ ଯୋଗଦାନ କରି ପିଠା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପଂଚାୟତର ସମସ୍ତ କର୍ମକର୍ତା ଏବଂ ମଲମଣ୍ଡା, ଗନିଅାଁପାଲି, ଯୋଗିବନ୍ଧଳି ତିନି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।   

 

 

 

  

0
0
0
s2sdefault