ହେଡଲାଇନସ୍:

ପ୍ରୋକଲିନ୍‌, ବ୍ରେକର ଓ ଟ୍ରାକ୍ଟର ଜବତ ; ୩ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଟାଉନଥାନା ଅନ୍ତର୍ଗତ ହାଟଦ୍ୱାର ଝରଣା ଜଙ୍ଗଲରେ ଦୀର୍ଘଦିନ ଧରି ବେଆଇନ ଭାବେ ପଥର ଖଣି ଚାଲିଥିଲା । ଏହି ପଥର ଖଣିକୁ ଭାଟସାହି ଗ୍ରାମର ଜିତେନ୍ଦ୍ର କୁମାର ମିଶ୍ର ଚଲାଉଥିଲେ । ଗତକାଲି ନୟାଗଡ଼ ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଡିଏସ୍‌ପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରିଥିଲା । ପଥର ଖଣିରୁ ପୁଲିସ ଗୋଟିଏ ବ୍ରେକର ମେସିନ୍‌, ଗୋଟିଏ ପ୍ରୋକଲିନ୍ ଏବଂ ଦୁଇଟି ଟ୍ରାକ୍ଟର ଜବତ କରିଛି । ଏହା ସହିତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ବଲାଙ୍ଗୀବନ୍ଧ ସାହିର କାଳିଆ ଜେନା, ଡିଆଁପଡ଼ା ଗ୍ରାମର ସୁଧିର କୁମାର ମିଶ୍ର, ଅନୁଗୁଳ ଜିଲ୍ଲା ବ୍ରାହ୍ମଣୀଦେଇ ଗାଁର ଆକାଶ ଦାଶ । ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

0
0
0
s2sdefault