ହେଡଲାଇନସ୍:

ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀ ଚାହିଦା ପୂରଣ ପାଇଁ 32ଟି ଟ୍ରେନରେ ଅସ୍ଥାୟୀ ଭାବେ କୋଚ ସଂଯୋଗ |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, 3 ଜୁନ୍ 2025: ଗ୍ରୀଷ୍ମ ଋତୁ ଛୁଟି ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ 2025 ଜୁନ୍ ମାସରେ 32ଟି ଟ୍ରେନ୍ (16 ଯୋଡ଼ା) ଟ୍ରେନରେ ଅସ୍ଥାୟୀ ଭାବରେ ଅତିରିକ୍ତ କୋଚ୍ ସଂଯୋଗ କରୁଅଛି | ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପ୍ରମୁଖ ମାର୍ଗ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା |

🔹ଅସ୍ଥାୟୀ ଭାବେ କୋଚ୍ ସଂଯୋଗ ହେଉଥିବା ପ୍ରମୁଖ ଟ୍ରେନ୍ :

▪ 12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ |
➤ 1 ଜୁନ୍ ରୁ 30 ଜୁନ୍ 2025 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୋଟିଏ ଚେୟାର କାର କୋଚ୍ ସଂଯୋଗ କରାଯାଉଅଛି |

▪ 22823/22824 & 22811/22812 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ |
➤ ପ୍ରତ୍ୟେକ ସେବାରେ ଗୋଟିଏ ଏସି 2-ଟାୟାର କୋଚ୍ ସଂଯୋଗ କରାଯାଉଅଛି |
➤ ଭୁବନେଶ୍ୱରରୁ: ଜୁନ୍ 1/2 ରୁ ଜୁନ୍ 29/30 ପର୍ଯ୍ୟନ୍ତ |
➤ ନୂଆଦିଲ୍ଲୀରୁ: 2/3 ଜୁନ୍ ରୁ 30 ଜୁନ୍/1 ଜୁଲାଇ 2025 ପର୍ଯ୍ୟନ୍ତ |

▪ 20817/20818 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି |
➤ ଭୁବନେଶ୍ୱରରୁ ଗୋଟିଏ ଏସି 2-ଟାୟାର କୋଚ୍: 7 ରୁ 28 ଜୁନ୍ ପର୍ଯ୍ୟନ୍ତ |
➤ ନୂଆଦିଲ୍ଲୀରୁ: 8 ରୁ 29 ଜୁନ୍ 2025 ପର୍ଯ୍ୟନ୍ତ |

▪ 20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ୍ |
➤ ଉଭୟ ପାର୍ଶ୍ୱରୁ ଗୋଟିଏ ସ୍ଲିପର କ୍ଲାସ କୋଚ୍: 1 ରୁ 30 ଜୁନ୍ ଭୁବନେଶ୍ୱରରୁ ଏବଂ 2 ଜୁନ୍ ରୁ 1 ଜୁଲାଇ ମଧ୍ୟରେ ଜୁନାଗଡ଼ ରୋଡ୍ ରୁ |

▪ 12882/12881 ପୁରୀ-ଶାଲିମାର-ପୁରୀ ଗରିବ ରଥ ଏକ୍ସପ୍ରେସ |
➤ ଗୋଟିଏ ଏସି 3-ଟାୟାର ଇକୋନୋମି କୋଚ୍: 2 ଜୁନ୍ ରୁ 30 ଜୁନ୍ ପର୍ଯ୍ୟନ୍ତ ପୁରୀରୁ ଏବଂ 3 ଜୁନ୍ ରୁ 1 ଜୁଲାଇ ମଧ୍ୟରେ ଶାଲିମାରରୁ |

▪ 22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ |
➤ ଗୋଟିଏ ଏସି 3-ଟାୟାର ଇକୋନୋମି କୋଚ୍: 6 ରୁ 27 ଜୁନ୍ ମଧ୍ୟରେ ପୁରୀରୁ ଏବଂ 7 ରୁ 28 ଜୁନ୍ ମଧ୍ୟରେ ଯଶବନ୍ତପୁରରୁ |

▪ 12892/12891 ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ |
➤ ଗୋଟିଏ ଚେୟାର କାର କୋଚ୍: 1 ରୁ 30 ଜୁନ୍ ମଧ୍ୟରେ ପୁରୀରୁ ଓ 2 ଜୁନ୍ ରୁ 1 ଜୁଲାଇ ମଧ୍ୟରେ ବାଙ୍ଗିରିପୋଷିରୁ |

▪ 08439/08440 ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର |
➤ ଦୁଇଟି ଏସି 3-ଟାୟାର କୋଚ୍ ଏବଂ ଗୋଟିଏ ସ୍ଲିପର୍ କ୍ଲାସ କୋଚ୍: 7 ରୁ 28 ଜୁନ୍ ମଧ୍ୟରେ ପୁରୀରୁ ଏବଂ 8 ରୁ 29 ଜୁନ୍ ମଧ୍ୟରେ ପାଟନାରୁ |

▪ 20809/20810 ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ |
➤ ଗୋଟିଏ ଏସି 3-ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ କୋଚ୍: 2 ରୁ 30 ଜୁନ୍ ମଧ୍ୟରେ ସମ୍ବଲପୁରରୁ ଏବଂ 3 ରୁ 1 ଜୁଲାଇ ମଧ୍ୟରେ ନାନ୍ଦେଡ଼ରୁ |

▪ 08311/08312 ସମ୍ବଲପୁର-ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ୍ |
➤ ଗୋଟିଏ ଏସି 3-ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ କୋଚ୍: 4 ରୁ 25 ଜୁନ୍ ମଧ୍ୟରେ ସମ୍ବଲପୁରରୁ ଓ 6 ରୁ 27 ଜୁନ୍ ମଧ୍ୟରେ ଇରୋଡ୍ |

▪ 58506/58505 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ପାସେଞ୍ଜର |
➤ ଗୋଟିଏ ସ୍ଲିପର କ୍ଲାସ କୋଚ୍: ଜୁନ୍ 1 ରୁ 30 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ |

▪ 58501/58502 ବିଶାଖାପାଟନମ୍ - କିରାଣ୍ଡୁଲ - ବିଶାଖାପାଟନମ୍ ପାସେଞ୍ଜର |
➤ ଗୋଟିଏ ସ୍ଲିପର କ୍ଲାସ କୋଚ୍: 1 ରୁ 30 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଏବଂ 2 ଜୁନ୍ ରୁ 1 ଜୁଲାଇ ମଧ୍ୟରେ କିରାଣ୍ଡୁଲରୁ |

▪ 08581/08582 ବିଶାଖାପାଟନମ୍ - ବେଙ୍ଗାଲୁରୁ - ବିଶାଖାପାଟନମ୍ ସ୍ପେଶାଲ୍ |
➤ ଗୋଟିଏ ଏସି 3-ଟାୟାର କୋଚ୍: 1 ରୁ 29 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଓ 2 ରୁ 29 ଜୁନ୍ ମଧ୍ୟରେ ବେଙ୍ଗାଲୁରୁରୁ |

▪ 08547/08548 ବିଶାଖାପାଟନମ୍ - ତିରୁପତି - ବିଶାଖାପାଟନମ୍ ସ୍ପେଶାଲ୍ |
➤ ଗୋଟିଏ ଏସି 3-ଟାୟାର କୋଚ୍: 4 ରୁ 25 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଏବଂ 5 ରୁ 26 ଜୁନ୍ ମଧ୍ୟରେ ତିରୁପତିରୁ |

▪ 08579/08580 ବିଶାଖାପାଟଣା–ଚେରଲାପାଲି-ବିଶାଖାପାଟଣା ସ୍ପେଶାଲ୍ |
➤ ଗୋଟିଏ ଏସି 3-ଟାୟାର କୋଚ୍: 6 ରୁ 27 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଏବଂ 7 ରୁ 28 ଜୁନ୍ ମଧ୍ୟରେ ଚେରଲାପାଲିରୁ |

ଏହି ଅସ୍ଥାୟୀ ଅତିରିକ୍ତ କୋଚ ସଂଯୋଗ ଗ୍ରୀଷ୍ମ ଛୁଟି ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ କେବଳ ଜୁନ୍ 2025 ପାଇଁ କାର୍ଯ୍ୟକାରୀ କରାଯାଉଛି | ଏହି ପଦକ୍ଷେପ ଦ୍ୱାରା ନୂଆଦିଲ୍ଲୀ, ହାଓଡ଼ା, ଯଶବନ୍ତପୁର, ପାଟନା, ତିରୁପତି, ବେଙ୍ଗାଲୁରୁ, ଜୁନାଗଡ଼ ରୋଡ଼ ଏବଂ କିରାଣ୍ଡୁଲ ଭଳି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରି ବିଭିନ୍ନ ବର୍ଗରେ ଅତିରିକ୍ତ ବର୍ଥ ଯୋଗାଇ ଦିଆଯାଉଅଛି | ଯାତ୍ରୀମାନେ ଅତିରିକ୍ତ କୋଚ ସଂଯୋଗ ସମ୍ବନ୍ଧରେ ଏବଂ ସଂରକ୍ଷଣ ଉପଲବ୍ଧତା ପାଇଁ ରେଳବାଇ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳବାଇ ଅନୁସନ୍ଧାନ କେନ୍ଦ୍ର ମାନଙ୍କରେ ସୂଚନା ପାଇବାକୁ ପରାମର୍ଶ ଦିଆଯାଇଛି |

0
0
0
s2sdefault