ହେଡଲାଇନସ୍:

ଅତି ନିମ୍ନମାନ ଗ୍ରାମ ସଡ଼କ କାର୍ଯ୍ୟ ପ୍ରତି ଗ୍ରାମବାସୀଙ୍କ ଅସନ୍ତୋଷ, ତଦନ୍ତ ପାଇଁ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼ - (ତା- ୦୩/୦୬) ଶାସକ ପ୍ରଶାସକ(ଘନଶ୍ୟାମ ନାଗ): ବଲାଙ୍ଗୀର ଜିଲ୍ଲା,ଟିଟିଲାଗଡ଼ ବ୍ଲକ୍‌ର ମନିଗାଁଠାରୁ ତୁଲାଙ୍ଗ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମିତ ସଡ଼କର ଗୁଣମାନ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅନୁସାରେ, ଏହି ସଡ଼କର କାର୍ଯ୍ୟ ବିଲକୁଳ୍ ଅତି ନିମ୍ନମାନର ହୋଇଥିବାରୁ ଅନେକ ସ୍ଥାନରେ ପିଚୁ ଉପୁଡ଼ି ପଡ଼ିଛି, ଏବଂ ବର୍ଷେ ମଧ୍ୟ ତିଷ୍ଠି ପାରିବ ନା ନାହିଁ ଆଶଙ୍କା କରୁଛନ୍ତି।

ଗ୍ରାମବାସୀ ଦ୍ୱାରା ନିର୍ମାଣ ସମୟରେ ଏନେଇ ବାରମ୍ୱାର ଅଭିଯୋଗ ଓ ଅନୁରୋଧ କରାଯିବା ସତ୍ତ୍ୱେ ସେମାନେ ଶୁଣି ନ ଥିଲେ ଏବଂ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ନଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୁଃଖ ଓ କ୍ରୋଧ ବ୍ୟାପିଛି।

ଏହି ଅବସ୍ଥା ଦେଖି ଗ୍ରାମବାସୀ ଏବେ ଉଚ୍ଚସ୍ତରୀୟ ତଦନ୍ତ ଓ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହି କାର୍ଯ୍ୟରେ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଦେହ ସୃଷ୍ଟି କରୁଛି।

ଗ୍ରାମବାସୀଙ୍କ ଅସନ୍ତୋଷ ଏବଂ ସନ୍ଦେହ ।ରାଜ୍ୟ ସରକାର କେବେ ଏଥିରେ ଦୃଢ଼ ପଦକ୍ଷେପ ନେବେ ବୋଲି ସେମାନେ ଆଶା କରୁଛନ୍ତି।

0
0
0
s2sdefault