ମୟୁରଭଞ୍ଜ (ଦିପୁ ମହାପାତ୍ର )ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି କଳା ବେପାରୀଙ୍କ ଆତଙ୍କ ରାଜ | କେବେ ବାଲି ତୋ କେବେ କୋଇଲା | ସରକାରଙ୍କ ନିୟମ ଅନୁଯାୟୀ ଏବେ ସମସ୍ତ ବାଲି ଘାଟ ବନ୍ଦ ରହିଥିବା ବେଳେ ଦିନ ହେଉବା ରାତି ନିର୍ଦ୍ୱନ୍ଦ୍ୱରେ ଖଣିଜ ସମ୍ପଦକୁ ଲୁଟ କରିଚାଲିଛନ୍ତି ଅଞ୍ଚଳର ବାଲି ମାଫିଆମନେ | ଅଞ୍ଚଳରେ ଥିବା ସରକାରୀ ହେଉବା ବେସରକାରୀ ବାଲି ଘାଟରୁ ପ୍ରତିଦିନ ସହ ସହ ବାଲି ଟ୍ରିପ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି | ଉଦାହରଣ ସ୍ୱରୂପ ଅଞ୍ଚଳରେ ଥିବା ଜାମଶଳା ଏବଂ ପଣ୍ଡରା ଘାଟରୁ ଦିବାର ସୂର୍ଯ୍ୟା ଲୋକରେ ହେଉବା ରାତ୍ରି ସମୟରେ ନିର୍ଦ୍ୱନ୍ଦ୍ୱରେ ସହ ସହ ବାଲିଟ୍ରିପ ଚୋରି ଚାଲାଣ ହେଉଥିବା ବେଳେ ସରକାରୀ ବାବୁଙ୍କ ନାକ ତଳଦେଇ ଗାଡ଼ି ଯାଉଥିଲେ ସୁଦ୍ଧା କେମିତି ଜାଣିପାରୁନାହାନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି | ଅନ୍ୟପଟେ ଅଞ୍ଚଳରେ ଥିବା କିଛି ତଳ ସ୍ତରୀୟ ସରକାରୀ କର୍ମଚାରି ମାଫିଆ ମାନଙ୍କ ଗାଡିକୁ ଧରି ୨-୩ ହଜାରରେ ଡିଲ କରି ଗାଡିକୁ ଛାଡିଦେଉଥିବାର ଚର୍ଚ୍ଚା ଅଞ୍ଚଳରେ ଜେର ଧରିଛି | କେଟି କେଟି ଟଙ୍କାର ରାଜସ୍ୱ ହାନି ହଲେବି ସରକାରି ସ୍ତରରେ କାଯ୍ୟ କିନ୍ତୁ ଶୂନ | ଏବେ ପୁଣି ଆଉ ଏକ ନୂତନ ବେନିୟମ ବାଲି ଘାଟ ଆରମ୍ଭ କଲେଣି ମାଫିଆ ମନେ | ଜଦି ଆମେ ହିସାବ କରିବା ଦିନକୁ ପ୍ରୟ ୧୦ ରୁ ୧୫ ଲକ୍ଷ୍ୟ ଟଙ୍କାର ରାଜସ୍ୱ ଟଙ୍କା ହରାଉଛନ୍ତି ସରକାଙ୍କ | କିନ୍ତୁ ସରକାଙ୍କ ଏଥି ପ୍ରତି ନଜର ନାହିଁ, କିନ୍ତୁ କାହିଁ କି | ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏବାବଦରେ ସରକାରୀ କର୍ମ ଚାରୀମାନଙ୍କୁ ଯଦି ଅବଗତ କରୁଛନ୍ତି ତାହାଲେ ସଙ୍ଗେ ସଙ୍ଗେ ସରକାରୀ ବାବୁ ମାନେ ମାଫିଆ ମାନଙ୍କୁ ଜଣାଇ ଦେଉଛ ନ୍ତି | ଯଦି ସାମ୍ବାଦିକ ମାନେ ଏବାବଦରେ ଖବର ପ୍ରସାରଣ କରିବାକୁ ଯାଇ ଫୋଟୋ ଏବଂ ଭିଡ଼ିଓ ଉତ୍ତଳନ କରୁଛନ୍ତି ତାହାଲେ ମାଫିଆମାନେ ସାମ୍ବାଦିକ ମାନଙ୍କୁ ଧମକ ଚମକ ଦେଉଥୁବା ଏକ ସାଧାରଣ କଥା ପାଲଟି ଗଲାଣି | ଏହି ସବୁ ଘଟଣାର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ | ଅନ୍ୟ ପଟେ ମଫିଆ ମାନେ କହୁଛନ୍ତି ଆମେ ସରକାରୀ ଦଳର କର୍ମୀ ଆମର କିଏ କଣ ତାଡି ପାରିବ | ଯଦି ଏହି ସବୁ ସମସ୍ୟାର ସମାଧାନ ଯଥାଶୀଘ୍ର ନହୁଏ, କଳା ବେପେରୀଙ୍କ କଳା ସମ୍ରାଜ୍ୟକୁ ଭାଙ୍ଗି ଚୁରମାର କରାନଯାଏ ତାହାଲେ ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ଉପୁଜିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି |
ରାଜ୍ୟ
ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବାଲି ମାଫିଆ ରାଜ (ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ର ରାଜସ୍ବ।।।
- Hits: 20