ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ୍ ଠାରେ ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ଓ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅତିଥି ରୂପେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ , ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ପ୍ରଧାନ , ପାରଳା ପୌରାଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଅନୁଷ୍ଠାନର ଉପଦେଷ୍ଟା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଗୁରୁ ପଣ୍ଡିତ ରଘୁନାଥ ପାତ୍ର , ପୂର୍ବତନ ପୌରାଧ୍ୟକ୍ଷ , ମଞ୍ଚ କଳାକାର ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ଚାରଣ କରିବା ସହ ପଦାମୃତ ନୃତ୍ୟାୟନ ଜିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରରେ ଓଡିଶୀ ନୃତ୍ୟ ପରମ୍ପରା କୁ ବଜାୟ ରଖିବାକୁ ଯେଉଁ ଉଦ୍ୟମ ରଖିଛନ୍ତି ସେଥିପାଇଁ ଅନୁଷ୍ଠାନର ସମସ୍ତ ଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଗୁରୁ ଶ୍ରୀ ମନୋଜ କୁମାର ପ୍ରଧାନ ଓ ଗୁରୁ ମିନତୀ ପ୍ରଧାନ ଓ ନିକିତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶାନ୍ତ କୁମାର ବେହେରା , ଆଦର୍ଶ ଦାସ , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ସୀତାକାନ୍ତ ଜେନାଙ୍କ ଦ୍ବାରା ପରିଚାଳିତ ହୋଇ ଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦାମୃତ ନୃତ୍ୟାୟନର ଗୁରୁ ବିନ୍ଦୁପ୍ରିୟା ବେହେରା , ଗୁରୁ ପ୍ରୀତିପ୍ରିୟା ଓ ଶିଷ୍ୟ ଶିଷ୍ୟା ଙ୍କ ଦ୍ଵାରା ଓଡିଶୀ , ପଲ୍ଲୀନୃତ୍ୟ , ସମ୍ବଲପୁରୀ ଭଜନ ପରିବେଷଣ କରିଥିବା ବେଳେ ଗୁରୁ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଏବଂ ଶ୍ରୀମତୀ ମିନତୀ ପ୍ରଧାନ ଯୁଗଳ ନୃତ୍ୟ ପରିବେଷଣ କରିଥିଲେ।
ରାଜ୍ୟ
ପଦାମୃତ ନୃତ୍ୟାୟନର ଦଶମ ବାର୍ଷିକ ଉତ୍ସବ ଓ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ
- Hits: 24