ହେଡଲାଇନସ୍:

ଗୁଣପୁର ଅଟୋ ଚାଳକ ସଂଘ ର ଶାନ୍ତି ପୂର୍ଣ୍ଣ ଭାବେ କେଣ୍ଡେଲ୍ ଶୋଭାଯାତ୍ରା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ଼ା ଜିଲ୍ଲା ଗୁଣପୁର ଅଟୋ ଚାଳକ ସଂଘ ଜାମୁ କାଶ୍ମୀର ର ପହଲଗାମ୍ ରେ ହୋଇଥିବା ନୃଶଂସ ହତ୍ୟା କାଣ୍ଡ ପ୍ରତିବାଦ ରେ ରବିବାର ସନ୍ଧ୍ୟାରେ ଶାନ୍ତି ପୂର୍ଣ୍ଣ ଭାବେ କେଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା l ଅଟୋ ଚାଳକ ମାନେ ନୂତନ ବସ ଷ୍ଟାଣ୍ଡ ରୁ ବାହାରି ପୁରୁଣା ବସ ଷ୍ଟାଣ୍ଡ ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟର ପହଞ୍ଚିଥିଲେ l ଶୋଭାଯାତ୍ରା ବେଳେ ଭାରତ ମାତାକି ଜୟ, ହିନ୍ଦୁସ୍ଥାନ ଜିନ୍ଦାବାଦ ଓ ପାକିସ୍ତାନ ମୂର୍ଦାବାଦ୍ ସ୍ଲୋଗାନ ଦେଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ନୀରବ ପ୍ରାର୍ଥନା କରିଥିଲେ । ଏହି ଶୋଭାଯାତ୍ରା ଅଟୋ ଚାଳକ ସଂଘ ର ସଭାପତି ଗୁପ୍ତ ପ୍ରସାଦ ବାଉରୀ, ସଂପାଦକ ଅଜିତ ଶ୍ରୀରାମ, ଉପ ସଭାପତି ରାମ ଚନ୍ଦ୍ର ମହାନ୍ତି ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର, ବସନ୍ତ ରାଓ, ବିଘ୍ନ ପାଢ଼ୀ, ବି .ମୁରଲୀ, ନିର, ଟିକି ଭାଇ, ଟୁନା, ପୂର୍ଣ୍ଣ , ସୁରେଶ, ଶିବ ବାବୁଲା, ଜାଗା, ପିଣ୍ଟୁ ଏବଂ ଗୁଣପୁର ଅଟୋ ଚାଳକ ସଂଘର ସମସ୍ତ କର୍ମକର୍ତ୍ତା ରହି ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ଏଥି ଅବସରରେ ସ୍ବାମୀ ନିର୍ବାଣ ନନ୍ଦ ଗିରି ମଧ୍ୟ ଉପସ୍ଥିତ ରହିଥିଲେ l

 

0
0
0
s2sdefault