ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀକ୍ଷେତ୍ର ନୃତ୍ୟ ଶିଳ୍ପୀ ସଂଘ ଆନୁକୂଲ୍ୟରେ ଚଳିତମାସ ୨୭ ଓ ୨୯ ତାରିଖ ଦୁଇ ଦିନ ଧରି ଟାଉନହଲ ଠାରେ ବିଶ୍ଵ ନୃତ୍ୟ ଦିବସ ଧୂମଧାମରେ ପାଳନ କରାଯିବ । ଏ ସଂପର୍କରେ ଶୁକ୍ରବାର ଦେବୀଘାଟ ସ୍ଥିତ ମାଲଖମ୍ବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି ।
ଚଳିତ ମାସ ୨୭ତାରିଖ ଦିବା ୧୦ ଘଟିକା ଠାରୁ ଓଡ଼ିଶୀ, ଚିତ୍ରାଙ୍କନ, କୌତୁକ ପୋଷାକ, ସମ୍ବଲପୁରୀନୃତ୍ୟ, ଆଧୁନିକ ନୃତ୍ୟ, ରିଲ୍ସ ପ୍ରତିଯୋଗିତା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଭାଗନେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ୨୯ ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଘଟିକା ସମୟରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ କିଛି ମାନ୍ୟଗଣ୍ୟ ବ୍ଯକ୍ତିଙ୍କୁ ମଧ୍ଯ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ମଞ୍ଚରେ ଓଡ଼ିଶୀ ଓ ସମରକଳା, ମାଲଖମ୍ବ, ରେକର୍ଡ଼ ଡ୍ୟାନ୍ସ ନୃତ୍ୟ ପରିବେଷଣ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାହାରୀ ନୃତ୍ଯ ଶିଳ୍ପୀ ରୂପଶ୍ରୀ ମହାପାତ୍ର ଅନୁଷ୍ଠାନର ସଭାପତି ବଟକୃଷ୍ଣ ପୁଷ୍ପାଳକ, ଉପସଭାପତି ସୁକେଶ ପ୍ରଧାନ, ସମ୍ପାଦକ ସୁକାନ୍ତ ପଟ୍ଟନାୟକ, ସହ ସମ୍ପାଦକ ସନ୍ତୋଷ କୁମାର ମହାରଣା ଓ କୁମାର ଭୀମସେନ, ପରିଚାଳନା ସମ୍ପାଦକ ମନୋରଞ୍ଜନ ସାହୁ,ମନୋଜ ଜେନା, କୋଷାଧ୍ଯକ୍ଷ ଜିତେନ୍ଦ୍ର ମୁଦୁଲି, ସୋମନାଥ ନାୟକ ଓ ଅମିତ ଚାଟାର୍ଜୀ, କୃଷ୍ଣ କୁମାର ଦାସ, ହରେକୃଷ୍ଣ ମିଶ୍ର, ଇନ୍ଦ୍ରମଣି ପ୍ରଧାନ ଓ ସମସ୍ତ ନୃତ୍ୟସଂଘର କର୍ମକର୍ତ୍ତାଗଣ ପ୍ରମୁଖ ଉପସ୍ଥିତ ଥିଲେ ।