ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ 22 ତାରିଖ ଦିବା ଲୋକ ରେ ଜାମୁକାଶ୍ମୀର ର ପର୍ଯ୍ୟଟନ ସ୍ଥଳୀ ପେହେଲିଗାଁ ରେ ଭାରତ ରୁ ଯାଇ କିଛି ହିନ୍ଦୁ ଙ୍କୁ ପାକିସ୍ତାନ ର ସେନାମୁଖ୍ୟ ଙ୍କ ଇସାରା ରେ ପରିବାର ସମ୍ମୁଖରେ ଗୁଳି କରି ହତ୍ୟା କରିବା ପ୍ରତିବାଦ ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ଥିଲା | ଏହି ଶୋଭାଯାତ୍ରା ପୁରୁଣା ବସ ଷ୍ଟାଣ୍ଡ ନୂଆ ବସ ଷ୍ଟାଣ୍ଡ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲା |
ଶୋଭାଯାତ୍ରା ରେ ପାକିସ୍ତାନୀ ବିରୋଧୀ ସ୍ଲୋଗାନ ଦେବା ସହ "ଭାରତ ମାଟି ରେ ପାକିସ୍ତାନ ଆତଙ୍କବାଦୀ ଚଳିବ ନାହିଁ, ଯଦି ହେବ ପାକିସ୍ତାନ ରେ ନିଆଁ ଜଳିବ, ନରେନ୍ଦ୍ର ମୋଦି ତୁମ ଆଗେ ଚାଲ ସାରା ହିନ୍ଦୁ ତୁମାରା ସାଥ ହେ " ନାରା ଦେଇ ଥିଲେ |
ଏହି ଶୋଭାଯାତ୍ରା ର ନେତୃତ୍ୱ ହିନ୍ଦୁ ସମାଜ ର ତ୍ରିପତି ମହାନ୍ତି ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ସାହୁ ଆର ଏସ ଏସ ର ପ୍ରଭାତ ମହାପାତ୍ର ବିଶ୍ୱ ହିନ୍ଦୁ ପରିଷଦ ର ଗୋପାଳଦେବ ପାତ୍ର ବିରଞ୍ଚି ପଣ୍ଡା ପିଙ୍କି ମହାପାତ୍ର ଶ୍ରୀନିବାସ ସ୍ୱାଇଁ ଅମର ସାହୁ ରାମ ପଣ୍ଡା ଉମା ଦାଶ ପ୍ରମୁଖ ନେଇ ଥିଲେ
ହିନ୍ଦୁ ସମାଜ ର ତ୍ରିପତି ମହାନ୍ତି ଏବଂ ବିଜେପି ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ସାହୁ ଏହି ନର ହତ୍ୟା ବଦଳରେ ଆମେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଚାହୁଁ ଏବଂ ଆଉ ପାକିସ୍ତାନ କୁ କ୍ଷମା ଦେବାର ଆବଶ୍ୟକତା ନାହିଁ ବୋଲି ଜୋର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ସହ ଭାରତ ର ସମସ୍ତ ହିନ୍ଦୁ ଅଛନ୍ତି ବୋଲି ଜଣାଇ ଥିଲେ |
ଏହି ଅବସର ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ବିପିନ ନାୟକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଥିଲେ |