ଭବାନିପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଓଡିଶା ରାଜ୍ୟ ସ୍ତରୀୟ ବିଶ୍ଵ ମେଲେରିଆ ଦିବସ 2025 ଭବାନିପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ଓଡ଼ିଶା ରାଜ୍ୟ ଜନ ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ଼ା. ନୀଳକଣ୍ଠ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ଯୋଡିହୋଇ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ରାଜ୍ଯରେ ସଂପୂର୍ଣ୍ଣ ଭାବେ ମ୍ୟାଲେରିଆ ନିରାକରଣ କିପରି କରାଯିବ ବିଶେଷ କରି ମ୍ୟାଲେରିଆ ପ୍ରବଣ ଜିଲ୍ଲା କଳାହାଣ୍ଡି,ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ ଇତ୍ୟାଦି ଜିଲାରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇ ଏହାର ସମ୍ପୂର୍ଣ୍ଣ ନିରାକରଣ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ସାଂସଦ କଳାହାଣ୍ଡି ଙ୍କ ପ୍ରତିନିଧି ଭାବେନ୍ଦ୍ର ପଣ୍ଡା, ବିଧାୟକ ସଦର ଙ୍କ ପ୍ରତିନିଧି ଧନୁର୍ଯ୍ୟ ଗହିର, ଓଡ଼ିଶା ରାଜ୍ୟ ଭେକ୍ଟର ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅତିରିକ୍ତ ନିର୍ଦ୍ଦେଶକ ଡ଼ା. ପ୍ରଭାକର ସାହୁ, ଡ଼ା. ଅମରେନ୍ଦ୍ର ମହାନ୍ତି ନିର୍ଦ୍ଦେଶକ ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା ପ୍ରତିଷ୍ଠାନ ଓଡ଼ିଶା ,ମୁଖ୍ୟ ବକ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ମିନତୀ ଲତା ଦାସ, ଡ଼ା. ରଞ୍ଜନ ମିଶ୍ର ଅତିରିକ୍ତ ଜିଲ୍ଲା ଜାତୀୟ ଭେକ୍ଟର ଭାରତ ରିଗ ନିୟନ୍ତ୍ରଣ ଶାଖା କଳାହାଣ୍ଡି, ଡ଼ା. ରାକେଶ କୁମାର ସାହୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡ଼ା. ଦେବୀ ପ୍ରସାଦ ମହାପାତ୍ର ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ, ଡ଼ା. ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ବିଭାଗ, ଡ଼ା. ଲୋମପାଦ ନାୟକ ବିଭାଗୀୟ ମୁଖ୍ୟ ଏସ.ପି.ଏମ. ରେଣ୍ଡୋ ମାଝୀ ଭେଜକ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଳାହାଣ୍ଡି ର ସମସ୍ତ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ, ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀମାନେ, ଅଶାକର୍ମୀ, ନର୍ସିଂ କଲେଜ ଏବଂ ଏ. ଏନ୍.ଏମ. କଲେଜ ର ପ୍ରିନସିପାଲ, ୧୩ ଗୋଟି ବ୍ଲକ ସି.ଏଚ.ସି. ର ପି. ଏଚ୍. ଇ. ଓ., ବି.ପି.ଏମ. ଓ ବି.ଭି. ଡି.ତି.ଏସ. ତଥା ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଅତିଥିମାନେ କଳାହାଣ୍ଡି ଜିଲ୍ଲାରୁ ମ୍ୟାଲେରିଆ ରୋଗକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ସହିତ ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ ରାଜ୍ୟ ଭାବରେ ଗଢ଼ିବା ପାଇଁ ପ୍ରତ୍ୟେକ ଜ୍ଵର ରୋଗୀଙ୍କ ରକ୍ତ ପରୀକ୍ଷା ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ଜନସଚେତନତା ସୃଷ୍ଟି କରିବା ନିଜ ନିଜ ପରିବେଶକୁ ମ୍ୟାଲେରିଆ ମୁକ୍ତ ରଖିବା ସହ ଶୋଇବା ସମୟରେ ନିୟମିତ ମଶାରୀ ବ୍ୟବହାର କରିବା ଦିଗରେ କାର୍ଯ୍ୟ କଲେ ସଫଳ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । କଳାହାଣ୍ଡି ର ଅଧିଷ୍ଠାତ୍ରୀ
ଦେବୀ ମାଁ ମାଣିକେଶ୍ବରୀ ଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା, ପ୍ରଦୀପ ପ୍ରଜ୍ୟୋଳନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମୁକେଶ ମହଲିଙ୍ଗ ଙ୍କ ଆଭସି ଉଦଘାଟନୀ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିଲା । ସୀମାରେ ଦେଶର ସୁରକ୍ଷା ପାଇଁ ଲଢ଼ୁଥିବା ସନ୍ୟ ଯେମିତି ଅନ୍ୟମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବିପନ୍ନ କରି ଛାତି ରେ ଶତ୍ରୁଙ୍କର ଗୁଳି ମାଡ ଖାଇ ଅନ୍ୟକୁ ବିପଦରୁ ସୁରକ୍ଷା ଦେଇଥାଏ। ଠିକ୍ ସେହିପରି ମ୍ୟାଲେରିଆରେ ଆକ୍ରାନ୍ତ ପ୍ରତ୍ୟେକ ବ୍ୟକ୍ତି ଠିକ୍ ସମୟରେ ନିଜର ରକ୍ତ ପରୀକ୍ଷା କରାଇବା ସହ ପୂର୍ଣ୍ଣ ମାତ୍ରାରେ ଔଷଧ ସେବନ କରିବା ଏବଂ ଅନ୍ୟକୁ ମ୍ୟାଲେରିଆ ସଂକ୍ରମଣରେ ସୁରକ୍ଷା ଦେବା ବାର୍ତ୍ତାକୁ ଆମ ପ୍ରତ୍ୟେକ ଜନତାଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟକ୍ରମ ଏହିଠାରୁ ଆରମ୍ଭ ହେବ ବୋଲି ଡାକ୍ତର ଅମରେନ୍ଦ୍ର ମହାନ୍ତି ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ନିଜ ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ସଚେତନତା ଧର୍ମ ନାଟକ 'ଉଆଁସ ରାତିର ଜହ୍ନ' ସ୍ୱାସ୍ଥ୍ୟ ବିଭାଗ ଏବଂ ଏ.ଏନ୍.ଏମ. କଲେଜ ଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭେକ୍ଟର ବାହିତ ରୋଗ ବିଭାଗ ଡ଼ା. ରଞ୍ଜନ ମିଶ୍ର ସଞ୍ଚାଳନ କରିଥିଲେ , ଡ଼ା. ରାକେଶ ସାହୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଡି.ପି.ଏମ.ୟୁ. ଷ୍ଟାଫ୍ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।