ହେଡଲାଇନସ୍:

ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜାମ୍ମୁକାଶ୍ମୀର ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ସେନା ଅଧିକାରୀ ଓ ପର୍ଯ୍ୟଟକଙ୍କ ଉଦେଶ୍ୟରେ ଗୁରୁବାର ଅପରାହ୍ନରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁଶାନ୍ତ ସାହୁଙ୍କ ନେତୃତ୍ଵରେ ବହୁସଂଖ୍ୟାରେ ଯୁବକ ଏବଂ ବୟସ୍କ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଆତଙ୍କବାଦୀ ଓ ପାକିସ୍ଥାନ ବିରୁଦ୍ଧରେ ଶ୍ଳୋଗାନ ଦେଇ ଲକ୍ଷ୍ମୀ ବଜାର ହନୁମାନ ଛକ ଠାରେ ପହଞ୍ଚିଥିଲେ । ଏବଂ ସେଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଗ୍ୟାରେଜ ଛକଦେଇ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଅଭିମୁଖେ ଫେରିଥିଲେ ।

0
0
0
s2sdefault