ହେଡଲାଇନସ୍:

ଓଡ଼ଗାଁ ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୬ ପଞ୍ଚାୟତକୁ ମିଳିଲା ଶ୍ରେଷ୍ଠତା ପୁରସ୍କାର,୩୭ ନୂତନ ରାସନକାଡ ବଣ୍ଟନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଗୁରୁବାର ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ୬ ଗୋଟି ପଞ୍ଚାୟତ ନିଜସ୍ଵ ଆୟବୃଦ୍ଧି ଏବଂ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତିରେ ନିରନ୍ତର ପ୍ରାୟାସ ନିମନ୍ତେ କୁରାଳ, ସୁନା ମୁହିଁ, ମଗରବନ୍ଧ, ଗୋତିସାହି, ଶରଣକୁଳ, ରୋହିବାଙ୍କ ପଞ୍ଚାୟତକୁ ପ୍ରଶଂସା ପତ୍ର ସହିତ ପ୍ରତ୍ୟେକଙ୍କୁ ୩ ଲକ୍ଷ ୮୬ ହଜାର ୪୭୩ ଟଙ୍କାର ଏକ ଚେକ୍ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ଗ୍ରାମପଞ୍ଚାୟତ ଅଧିକାରୀ, ଯୋଗାଣ ନିରିକ୍ଷକ ମଳୟ କୁମାର ମେହେରଙ୍କ ଦ୍ବାରା ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ବ୍ଳକର ୩୭ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାଡ଼ ପ୍ରଦାନ କରାଯାଇଥିଲା । ପୁରୀ ତାଳବଣିଆ ଠାରେ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିହାରର ପ୍ରଦେଶରେ ଆୟୋଜିତ ଜାତୀୟସ୍ତରୀୟ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଡିଜିଟାଲ ସ୍କ୍ରିନ ମାଧ୍ୟମରେ ଉପସ୍ଥିତ ୭ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଦେଖିଥିଲେ ଓ ଶୁଣିଥିଲେ । ଆତଙ୍କବାଦୀଙ୍କ ବରବରତିତ ଗୁଳିମାଡ଼ରେ ମୃତାହତ ସେନା ଅଧିକାରୀ ଓ ପର୍ଯ୍ୟଟକଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରତି ପଞ୍ଚାୟତର ପଞ୍ଚାୟତ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟ ଜନ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault