ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରଙ୍ଗଣିପାଟଣା ପଞ୍ଚାୟତ ନିକଟରେ ରହୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ଗୁରୁବାର ସକାଳେ ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ ନାରାୟଣ ପଣ୍ଡାଙ୍କ ପୁଅ ହୃଷିକେଶ ପଣ୍ଡା (୨୭) । ପିତା ନାରାୟଣ ଓ ପୁତ୍ର ହୃଷୀକେଶ ଦୁହେଁ ମିସି ଗଞ୍ଜାମ ଜିଲ୍ଲା ବୋଇରାଣିଠାରେ ଏକ ନିର୍ମାଣାଧୀନ ଘରର ଚଟାଣ ଟାଇଟଲ ପୋଲିସ କରୁଥିଲେ । ନାରାୟଣ ଗୋଟିଏ ବଖରା ରେ ପଲିସ କରୁଥିଲା ବେଳେ ହୃଷିକେଶ ଅନ୍ୟ ଏକ ବଘରାରେ କାର୍ଯ୍ୟ କରୁଥିଲେ । ସକାଳ ୯ ବେଳେ ନାରାୟଣ ହୃଷିକେଶ କାମ କରୁଥିବା ବଖରାକୁ ଯିବା ବେଳ ହୃଷିକେଶ ଚଟାଣରେ ପଡ଼ିଥିବା ଦେଖିଲେ । ଏବଂ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହୃଷିକେଶର ମୃତ୍ୟୁ ହୋଇଥିବା ଜାଣିବା ପରେ ନାରାୟଣ ସଂଗେସଂଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ହୃଷିକେଶକୁ ଡାକ୍ତରଖାନାକୁ ନେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଆବଶ୍ୟକୀୟ ପକ୍ରିୟାସାରି ଶବବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଆଜି ଅପରାହ୍ନରେ ରଙ୍ଗଣିପାଟଣାକୁ ଶବ ଆସିବା ପରେ ଶେଷ ଦର୍ଶନ ପାଇଁ ସାଙ୍ଗସାଥି ଓ ବନ୍ଧୁବାନ୍ଧବ ଙ୍କ ଭିଡ ଲାଗିଥିଲା । ହୃଷିକେଶଙ୍କ ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକରେ ଛାୟା ଖେଳିଯାଇଥିଲା ।
ରାଜ୍ୟ
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- Hits: 214