ଖପ୍ରାଖୋଲ ରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର, ୩୭ ଟି ଅଭିଯୋଗ ଶୁଣାଣୀ: ଛତିଶ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖପ୍ରାଖୋଲ ୧୫/୪(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଶିବିରରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା , ସିଡ଼ିଓ ପ୍ରଭାତ କୁମାର ମହାପାତ୍ର, ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର,ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଦାନନ୍ଦ ପୁଝାରୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଯୋଗଦେଇ ବିଭିନ୍ନ ଅଭିଯୋଗ ର ଶୁଣାଣୀ କରିଥିଲେ। ଏହି ଅବସରରେ ୩୭ ଟି ବିଭିନ୍ନ ଅଭିଯୋଗ ର ଶୁଣାଣୀ କରାଯାଇଥିଲା। ସେହି ପରି ୧୬ ଟି ଚାଉଳ ବାଞ୍ଜି,ମହାରାପଦର , ବାଘଝରଣ, ନାନ୍ଦୂପାଲା, ମହୁରୁଣ୍ଡି ଗାଁ ର ଭୂମି ହିନ ପରିବାର କୁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଥିଲା। ନାନ୍ଦୁପାଳ,ଖପ୍ରାଖୋଲ, ତୂର୍ଲା, ଲୁହାସିଂହା ପ୍ରମୁଖ ଗାଁ ର ୨୦ ପରିବାର କୁ ଜଙ୍ଗଲ ଅଧିକାର ଆଇନ ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ସିଡି ଏ ଓ ବାବୁଲି ଚରଣ ସେଠୀ, ଏ ଡି ଏଚ ପି କେ ସେଠୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ସମେତ ଜିଲା ସ୍ତରୀୟ,ଉପଖଣ୍ଡ ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault