ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
 
 
  (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି) ଗୁଣପୁର, ସ୍ଥାନୀୟ ବିଦ୍ୟା ନିକେତନ ନିକଟ ଆମ୍ବ ତୋଟା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ୭ ଗୋଟି ମହାବିଦ୍ୟାଳୟ ର ୩୦୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ସାଂଗଠନିକ ସତ୍ର ରେ ବିଦ୍ୟାର୍ଥୀ ପରିଷଦ କ'ଣ ତାହା ବୁଝାଇବା, ବିଭିନ୍ନ ଆୟାମ ଓ ଗତିବିଧି ର ପରିଚୟ ଦେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ରୁଚି ଅନୁଯାୟୀ କାର୍ଯ୍ୟ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୱାଇ ଗଣପତି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି, ସମ୍ମାନିତ ଅତିଥି ଭାବେ ରାୟଗଡ଼ା ନଗର ପ୍ରମୁଖ ଚିଦାନନ୍ଦ ରାଉତ ଏବଂ ଗଜପତି ବିଭାଗ ପ୍ରମୁଖ ଉମାଶଙ୍କର ଦାଶ ଉପସ୍ଥିତ ଥିଲେ । ଚଳିତ ବର୍ଷ ୨୦୨୫-୨୬ ପାଇଁ ବିଭିନ୍ନ କଲେଜ କ୍ୟାମ୍ପସ୍ ଟିମ୍ ରେ ଥାୟାରାମ୍ମା ମହିଳା ମହାବିଦ୍ୟାଳୟ ରେ ତୁଳସୀ ଶବର, ଗୁଣପୁର ମହାବିଦ୍ୟାଳୟ ରେ ଗୌରବ ପଣ୍ଡା, ଡମ୍ବସରା +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉମାକାନ୍ତ ନିମାଲା, ଗୁଣୁପୁର +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଖିଲ କୁମାର ଗମାଙ୍ଗ, ଥାୟାରାମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବୈଶାଳୀ କୋଲା ଙ୍କୁ ସଭାପତି ଦାୟିତ୍ୱ ଦିଆଗଲା । ସେହିଭଳି ଗୁଣପୁର ନଗର ଟିମ୍ ନିମନ୍ତେ ଡଃ ପ୍ରଶାନ୍ତ କୁମାର ହୋତା ଙ୍କୁ ନଗର ପ୍ରମୁଖ,ଶ୍ରୀ ପ୍ରଫୁଲ୍ଲ ଲିମା ଙ୍କୁ ନଗର ସହ ପ୍ରମୁଖ, ଶ୍ରୀ ଲକ୍ଷ୍ମୀ ମହାଙ୍କୁଡ଼ ଙ୍କୁ ନଗର ସଭାପତି, ଶ୍ରୀ ପ୍ରଫୁଲ୍ଲ ଶତପଥୀ ଓ ଗୌରୀ ଶଙ୍କର ମହାଙ୍କୁଡ଼ ଙ୍କୁ ନଗର ଉପସଭାପତି, ନଗର ସମ୍ପାଦକ ଭାବେ ଆଦିତ୍ୟ ପାଢ଼ୀ,SFD ସଂଯୋଜକ ଭାବେ ଅନ୍ୱେଷା ମୁଦ୍ରିଙ୍ଗା, RKM ସଂଯୋଜକ ଭାବେ ସ୍ମୃତିମୟୀ ସେନାପତି ଓ ନିଶା ପାଣିଗ୍ରାହୀ, ଖେଲୋ ଭାରତ ସଂଯୋଜକ ଭାବେ ଜଗଦୀଶ୍ୱର ଶବର, ପାଠଚକ୍ର ପ୍ରମୁଖ ଭାବେ ସୁନୀତା ତରାଇ ଆଦି ଙ୍କୁ ମନୋନୀତ କରାଯାଇଥିଲା । ଅଧ୍ୟାପକ ସନ୍ତୋଷ ହୋତା, ଗୌରାଙ୍ଗ ପାଣିଗ୍ରାହୀ, ଅଧ୍ୟାପକ ଦୁର୍ଗା ପ୍ରସାଦ କର,କରଣ କଂସ ବେହେରା ବିଭିନ୍ନ ବିଭାଗ ର ଇଞ୍ଚାର୍ଜ ଭାବେ ଦାୟିତ୍ଵ ପାଇଥିଲେ । ଲୋକନାଥ ବାଉରୀ, ଲିପୁନ୍ ତୁଳ, ଦେବାଶିଷ ସେନାପତି, ଏସ୍ ଶିବାଜି, ଜିଲ୍ଲା ସଂଯୋଜକ ବି ସତୀଶ କୁମାର, ଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ l
 
0
0
0
s2sdefault