ରଘୁନାଥ ଷ୍ଟଡି କେୟାର +୨ ବିଜ୍ଞାନ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସାଇବର କ୍ରାଇମ ଓ ମଦ ବିରୋଧୀ ନାଟକରେ ମଜ୍ଜି ରହିଲେ ଛାତ୍ରଛାତ୍ରୀ


ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜ୍ଞାନ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ଗଢି ଉଠିଥିଲା ରଘୁନାଥ ଷ୍ଟଡି କେୟାର +୨ ବିଜ୍ଞାନ ଶିକ୍ଷାନୁଷ୍ଠାନ । ରବିବାର ଅନୁଷ୍ଠିତ ୧୧ତମ ବାର୍ଷିକୋତ୍ସବରେ ପୂର୍ବବର୍ଷ ମାନଙ୍କ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ମଦ ଓ ସାଇବର କ୍ରାଇମ ସଚେତନ ଧର୍ମି ନାଟକ(ଏକାଙ୍କିକା) ପରିବେଷଣ ଛାତ୍ରଛାତ୍ରୀ ମାନଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ସହ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ସାମ୍ବାଦିକ ତଥା ଆର୍ମି ଭେଟରାନ ଆଦର୍ଶ କୁମାର ପଟ୍ଟନାୟକ, କ୍ୟାପଟେନ୍ ପୂର୍ଣ୍ଣଚନ୍ଦ୍ର ପାତ୍ର ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରସନ୍ନ କୁମାର ଦାଶ, ରାମକୃଷ୍ଣ ସ୍ବାଇଁ, ଜଗଦିଶ ମହାପାତ୍ର ଓ ରାଧାମୋହନ ନାୟକ ପ୍ରମୁଖ ଯୋଗଦେଇ ଆଗାମୀ +୨ ବିଜ୍ଞାନ ପରୀକ୍ଷାରେ କୃତିତ୍ବର ସହ ଉତିର୍ଣ୍ଣ ହେବାପାଇଁ ଆଶିର୍ବଚନ ପ୍ରଦାନ କରିଥିଲେ । ଏବଂ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଓଡ଼ଗାଁରେ ୧୧ ବର୍ଷଧରି ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖିଥିବା ଅନୁଷ୍ଠାନର ବାର୍ଷିକୋତ୍ସବରେ ଓଡ଼ଗାଁ ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ +୨ ବିଜ୍ଞାନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହ ସମୟରେ ଉଚ୍ଚାଭିଳାଶୀ ହେବା ସହିତ ଉତ୍ତମ ତଥା ଚରିତ୍ର ବାନ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ +୨ ବିଜ୍ଞାନ ପରୀକ୍ଷାରେ କୃତିତ୍ବର ସହ ଉତିର୍ଣ୍ଣ ହେବାପାଇଁ ଆଶିର୍ବଚନ ପ୍ରଦାନ କରିବା ସହ ବିଗତ ବର୍ଷ +୨ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ହାସଲ କରିଥିବା ଛାତ୍ର ସଂଗ୍ରାମ ବେହେରାଙ୍କ ସହିତ ୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଅବସରରେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ସାରସ କୁମାର ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

0
0
0
s2sdefault