ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ଗ୍ରୀଷ୍ଣ କାଳିନ ସ୍ୱତନ୍ତ୍ର ସେବା ଶିବିରର ଦ୍ଵିତିୟ ଦିନରେ ପୁରୁଷ ଓ ମହିଳା ଶାଖାର ୧୦୦ ଜଣ ସ୍ଵେଛାସେବିଙ୍କୁ ନେଇ ପ୍ରଥମାର୍ଦ୍ଧରେ ବୃକ୍ଷ ହିଁ ଜୀବନକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଣପୁର ବନାଞ୍ଚଳର ଫରେଷ୍ଟ ରେଞ୍ଜର ଗଙ୍ଗାଧର ମିଶ୍ର ଯୋଗ ଦେଇ ସ୍ଵେଛାସେବିଙ୍କୁ ଦୃଷରୋପଣର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ l ଆଗାମୀ ବର୍ଷାଋତୁରେ ତୁମମାନଙ୍କ ସହଯୋଗରେ ସେଫାଳି ପାହାଡ଼ରେ ବୃକ୍ଷରୋପଣ କରିବାପାଇଁ ଅନୁରୋଧ କରିଥିଲେ | ତୁମ ମାନଙ୍କ ସକ୍ରିୟ ଯୋଗଦାନ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ବୃକ୍ଷକୁ ସୁରକ୍ଷା ପାଇଁ ଅନ୍ୟମାନେ ଯତ୍ନଶିଳ ହେବେ ।
ଦ୍ୱିତୀୟାର୍ଦ୍ଧରେ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ମନୁଷ୍ୟ କିପରି ଶାନ୍ତି ଲାଭ କରିପାରିବ ବିଷୟରେ ଆଲୋଚନାରେ ଯୋଗଦେଇ ଶ୍ରୀ ଯୋଗେନ୍ଦ୍ର ନାରାୟଣ ଦେଓ ଓ ଶ୍ରୀ ସୁଦର୍ଶନ ପୃଷ୍ଟି ଦିବ୍ୟ ଜନନୀ ଶ୍ରୀମା ଓ ଦେଶଭକ୍ତ ଶ୍ରୀ ଅରବିନ୍ଦଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ମହାପୁରୁଷ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସରଳ ଓ ନିରାଡ଼ମ୍ବର ଜୀବନଯାପନ ପାଇଁ ଉପଦେଶ ଦେଇଥିଲେ ।
ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶଶୀ ଭୂଷଣ ମହାନ୍ତି ଯୋଗ ଦେଇ ସ୍ଵେଛା ସେବି ଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ରଂଜୁମା ପ୍ରଧାନ ଓ ଲକ୍ଷ୍ଣଣ ଶବର ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ , ସ୍ଵେଚ୍ଛାସେବି ଲତା,କଳ୍ପନା ,ଫକଜ,ଦିପକ , ବିକାଶ ଓ ଅନ୍ୟମାନେ ଅତିଥିମାନଙ୍କ ସହ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।












