ହେଡଲାଇନସ୍:

ସରକାରୀ ସ୍କୁଲ ଜମି ପଟା ପାଇଁ ଲାଞ୍ଚ : ଫୋନକଲ ରେକର୍ଡ ଭାଇରାଲ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଦୁର୍ନିତି ନିବାରଣ ପାଇଁ ସରକାରଙ୍କ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ପାଳନ କରିବା ସହ ବିଭି୍ନ୍ନ ପଦାଧିକାରୀ ସରକାରୀ ବାବୁ ମାନଙ୍କୁ ଦୁର୍ନିତି ନ କରିବା ପାଇଁ ଶପଥ ପାଠ ମଧ୍ୟ କରାଇଥାନ୍ତି । ମାଁ ବାପା ପରେ ଦ୍ୱିତୀୟ ଗୁରୁ ହେଉଛନ୍ତି ଶିକ୍ଷକ । ହେଲେ ଶିକ୍ଷକ ହିଁ ଦୁର୍ନିତି କରିବା ପାଇଁ ବାଧ୍ୟ କରିବା ଏକ ନିନ୍ଦନୀୟ ଘଟଣା । ବରଗଡ ଜିଲ୍ଲ୍ା ପଦ୍ମପୁର ଉପଖଣ୍ଡରେ ବର୍ତ୍ତମାନ ସମୟରେ ଗୋଟିଏ ଫୋନ କଲ ରେକର୍ଡ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । କଥା ହେଉଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନର ଦୁଇ ଜଣ କର୍ମଚାରୀ । ସେମାନଙ୍କ କଥାବର୍ତ୍ତାକୁ ଶୁଣିଲେ ଜଣା ଯାଉଛି ଯେ ସରକାରୀ ସ୍କୁଲଗୁଡିକର ଜମିକୁ ସ୍କୁଲ ନାମରେ ହସ୍ତାନ୍ତର କରିବା ପାଇଁ ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେବାକୁ ହେବ । ଏହି ଫୋନ କଲ ରେକର୍ଡକୁ ଅଧିକ ତର୍ଜମାରୁ ଜଣାଗଲା ଯେ ଏହି କଥାବାର୍ତ୍ତା ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଏ.ବି.ଇ.ଓ ଓ ଜଣେ ଶିକ୍ଷକ ମଧ୍ୟରେ ଚାଲିଛି । ସ୍କୁଲ ଜମି ପଟା କରିବା ପାଇଁ ଏବିଇଓ ଜଣକ ଉକ୍ତ ଶିକ୍ଷକଙ୍କୁ ପାଂଚ ହଜାର ଟଙ୍କା ଦାବୀ କରିଛନ୍ତି । ତାଙ୍କ କିଥାବାର୍ତ୍ତାରେ ସେ ସ୍ପଷ୍ଟ କରିକହୁଛନ୍ତି କି ଯେଉଁ ଲୋକ ତାଙ୍କ କାମ କରିବ ତାଙ୍କୁ ସେ ଚାରି ହଜାର ଟଙ୍କା ଦେବେ ଓ ଅଫିସ କାମରେ ରାଜବୋଡାସମ୍ବର ବି.ଇ.ଓ ଏବଂ ଫୋନରେ କଥା ହେଉଥିବା ଏବିଇଓ ଅଫିସ କାମରେ ଯିବା ପାଇଁ ଏକ ହଜାର ଟଙ୍କା ଲାଗିବ କହୁଛନ୍ତି । କେବଳ ସେତିକି ନୁହେଁ ରାଜବୋଡାସମ୍ବର ବ୍ଲକରେ ଛଅ ଗୋଟି ବିଦ୍ୟାଳୟର ଜମି ପଟା ପାଇଁ ଚାରି ହଜାର ଲେଖାଏଁ ସର୍ବ ମୋଟ ଚୋବିଶ ହଜାର ଟଙ୍କା ଉକ୍ତ ବ୍ୟକ୍ତିକୁ ଦେବେ ଏବଂ ଛଅ ହଜାର ଟଙ୍କା ଯିବା ଆସିବା ଖର୍ଚ ବୋଲି ସେ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାରୀ କାମରେ ଯଦି ଏଭଲି ଟଙ୍କା ଦେବାକୁ ପଡୁଛୀ ତେବେ ସାଧାରଣ ଜନତାଙ୍କୁ ପଚାରେ କିଏ ? ଆଉ ଗୋଟିଏ କଥା ଏହି ଏବିଇଓ ଜଣକ କାହିଁକି ଲାଂଚ ଦେଇ କାମ କରିବା ପାଇଁ ଉକ୍ତ ଶିକ୍ଷକଙ୍କୁ ବାଧ୍ୟ କରୁଛନ୍ତି । ଏବିଇଓଙ୍କ ଏହି କାମରେ ସ୍ୱାର୍ଥ କଣ ରହିଛି । ଏହି ଏବିଇଓଙ୍କ ରାଜବୋଡାସମ୍ବର ବ୍ଲକ ପ୍ରତି ଏତେ ପ୍ରେମ କାହିକି ? କାରଣ ଉକ୍ତ ଏବିଇଓ ଜଣକ ବରଗଡ ଜିଲ୍ଲାର ଅନ୍ୟ ଏକ ବ୍ଲକରେ କାର୍ଯ୍ୟରତ ରହିଥିବା ବେଲେ, ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ସଂଖ୍ୟକ ଏବିଇଓ ରହିଥିବା ବେଲେ କାହିଁକି ତାଙ୍କୁ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ଅଣାଯାଇଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଟଙ୍କା ଲେଣ ଦେଣରେ ଏବିଇଓ ଏକା ସମ୍ପୃକ୍ତ ଅଛନ୍ତି ନା ଆଉ କିଏ ତାହା ମଧ୍ୟ ତଦନ୍ତ ସାପେକ୍ଷ ।

0
0
0
s2sdefault