କେନ୍ଦୁଝର,ତା୬/୪- ଚଳିତ ମାସ ୮ ତାରିଖରୁ ପ୍ରଥମଥର ଲାଗି କେନ୍ଦୁଝର ସହରର ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ହେବାକୁ ଯାଉଛି ୩୯ ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍ । ଯାହାର ପ୍ରସ୍ତୁତି ତଥା ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଯାଇଛି ଶୁଭ ଉନ୍ମୋଚନ । ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ । ସାଙ୍ଗରେ ରାଜ୍ୟ ହ୍ୟାଣ୍ଡବଲ୍ ସଂଘର ସମ୍ପାଦକ ମାନସ ସିଂ ଓ ଜିଲା ସଂଘର ସଭାପତି ଇଂ ବସନ୍ତ ଦାନୀ ଓ ସମ୍ପାଦକ ରିତ୍ୱିକ ଅଧିକାରୀ ତଥା କୋଷାଧ୍ୟକ୍ଷ ଦୟା ସାଗର ପଣ୍ଡା ଉପସ୍ଥିତ ଥିଲେ । ଏହି ଖେଳରେ ଦେଶର ସମସ୍ତ ରାଜ୍ୟ ଭାଗ ନେବେ। ଜିଲ୍ଲା ସଂଘ ଏହି ଖେଳକୁ ଆଯୋଜନ କରୁଥିବାରୁ ଜିଲ୍ଲାର ସମସ୍ତ ଖେଳାଳୀ ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝରରେ ଜାତୀୟ ହ୍ୟାଣ୍ଡବଲ ଖେଳ ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ବହୁ ଖୁସି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତ୍ୱିକ ଅଧିକାରୀ ।
ରାଜ୍ୟ
କେନ୍ଦୁଝରରେ ପ୍ରଥମ ଥର ଲାଗି ସବ୍ ଜୁନିଅର ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିଅନସିପ ଅନୁଷ୍ଠିତ ହେବ।
- Hits: 177