ହେଡଲାଇନସ୍:

ଆଦିବାସୀ ଇଲାକାରେ ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଗୋଟିଏ ବର୍ଷରେ ୧୦୧୮ ଗ୍ରାମରେ ପହଞ୍ଚିଛି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା

  • ଦୁଇ ଲକ୍ଷରୁ ଅଧିକ ଲୋକ ଉପକୃତ

  • ୧୪୦୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର

ବ୍ରହ୍ମପୁର,: ଜନଜାତି ବହୁଳ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ଓ ପାହାଡ଼ଘେରା ଇଲାକାରେ ସ୍ବାସ୍ଥ୍ୟସେବାର ଏକ ଅଭିନବ ଉଦ୍ୟମ ଦେଖିବାକୁ ମିଳିଛି। ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍)ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ହୋଇପାରିଛି। ଏହି ପଦକ୍ଷେପ ଦ୍ଵାରା ଗତ ବର୍ଷ ୧୦୧୮ରୁ ଅଧିକ ଗ୍ରାମର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇଛନ୍ତି।


କୋରାପୁଟ ଓ ମାଲକାନଗିରି ଭଳି ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ଗୋଷ୍ଠୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଏଭଳି ରୂପାନ୍ତରଣ ଘଟିଛି। ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ସ୍ଵାସ୍ଥ୍ୟସେବା ଗାଡ଼ି ସବୁ ଆହ୍ଵାନର ମୁକାବିଲା କରି ଅପହଞ୍ଚ ଇଲାକାରେ ମଧ୍ୟ ପହଞ୍ଚିପାରୁଛି ଏବଂ ଲୋକଙ୍କୁ ଡ଼ାକ୍ତରୀ ସେବା, ଔଷଧ ଯୋଗାଉଛି। ଏହି ଭ୍ରାମ୍ୟମାଣ ସ୍ଵାସ୍ଥ୍ୟସେବା ୟୁନିଟରେ ଡାକ୍ତର, ମେଡିକାଲ ସପୋର୍ଟ ଷ୍ଟାଫ, ଏବଂ ଗୋଷ୍ଠୀ ସଚେତକ ସାମିଲ ଅଛନ୍ତି। ସେମାନେ ମାଗଣାରେ ଡାକ୍ତରୀ ସେବା ଯୋଗାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସ୍ବଚ୍ଛତା ସମ୍ବନ୍ଧୀୟ ପରାମର୍ଶ ଦେଉଛନ୍ତି।


କୋରାପୁଟ ଜିଲ୍ଲାର ୫୧୦ଟି ଗାଁ ଏବଂ ମାଲକାନଗିରି ଜିଲ୍ଲାର ୫୦୮ଟି ଗାଁରେ ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ପହଞ୍ଚିପାରିଛନ୍ତି। ଡାକ୍ତରଖାନାଠାରୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଏହା ସଞ୍ଜୀବନୀ ସାଜିଛି। ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଏହି ଭ୍ରାମ୍ୟମାଣ ଟିମର ନିୟମିତ ପରିଦର୍ଶନ ଉପରେ ନିର୍ଭର କରୁଛନ୍ତି।


କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାର ବାସିନ୍ଦା ବୁଦ୍ରା ଗୌଡ଼ ପାଇଁ ଟିପିଏସ୍ଓଡିଏଲର ଏମଏଚଡି ହିଁ ସାହା ଭରସା ପାଲଟିଛି। ସେ କହିଛନ୍ତି, "ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ନିୟମିତ ଆମ ଗାଁକୁ ଆସନ୍ତି, ଏବଂ ଆମ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଯୋଗାଇ ଦିଅନ୍ତି। ସେମାନେ ଆମର ଯତ୍ନ ମଧ୍ୟ ନେଉଛନ୍ତି। ଯାହା ଫଳରେ ନିଜ ଘରେ ରହି ମଧ୍ୟ ଆମେ ଡାକ୍ତରୀ ସେବା ପାଉଛୁ।"


ଏହି ଭ୍ରାମ୍ୟମାଣ କ୍ଲିନିକ୍ ସାଧାରଣ ଥଣ୍ଡା ଜ୍ବର, ଶ୍ୱାସ ରୋଗ, ଚର୍ମ ରୋଗ ଇତ୍ୟାଦି ରୋଗ ପାଇଁ ଉତ୍ତମ ମାନର ସେବା ଯୋଗାଉଛି। ଯେଉଁ ଅଞ୍ଚଳରେ ବିଶେଷ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ନାହିଁ, ସେସବୁ ଜାଗାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଏବଂ ଦାନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।


ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ବ୍ୟତୀତ ୨୦୨୩-୨୪ ଆର୍ଥିକ ବର୍ଷରେ  ଟିପିଏସ୍ଓଡିଏଲ୍ ୧୪୧୩ ଟି ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରିଛି। କୋରାପୁଟରେ ୩୧୮ ଟି ଏବଂ ମାଲକାନଗିରିରେ ୨୭୧ ଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା, ଯେଉଁଥିରେ ଶତାଧିକ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇଛନ୍ତି। ୨୭ଟି ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଶିବିର, ୧୪ଟି ଚକ୍ଷୁ ପରୀକ୍ଷା କ୍ୟାମ୍ପ ଏବଂ ୧୨ଟି ଦାନ୍ତ ଚିକିତ୍ସା ଶିବିର ମାଧ୍ୟମରେ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି।

ଉତ୍ତମ ସ୍ୱାସ୍ଥ୍ୟ ଶିକ୍ଷା ଏହି ପଦକ୍ଷେପର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସ୍ବଚ୍ଛତା ଏବଂ ରୋଗ ପ୍ରତିଷେଧକ ସଚେତନତା ପାଇଁ ସମ୍ପର୍କିତ ମୋଟ ୭୬୬ଟି ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏଥିରେ ହାତ ଧୋଇବା, ସ୍ୱଚ୍ଛ ପାନୀୟ ଜଳ, ପୋଷକ ତତ୍ତ୍ଵ ଏବଂ ସମୟାନୁସାରେ ଚିକିତ୍ସା ନେବା ଉପରେ ଲୋକଙ୍କୁ ଶିକ୍ଷା ଦିଆଯାଉଛି। ଏହା ରୋଗ ନିବାରଣ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଅଭ୍ୟାସ ସମ୍ପର୍କିତ ଗୋଷ୍ଠୀ ସଚେତନତା ସୃଷ୍ଟି କରୁଛି

ଏହାସହ ଟିପିଏସ୍ଓଡିଏଲ୍ ପକ୍ଷରୁ ପାଞ୍ଚଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି, ଯେଉଁଠି ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ଗୋଟିଏ ଜାଗାରେ ଉପଲବ୍ଧ ଥିଲା।


ଜରୁରୀକାଳୀନ ସେବା ପାଇଁ ଜୟପୁର ଏବଂ ରାୟଗଡାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୁଇଟି ରକ୍ତ ଦାନ ଶିବିର କରାଯାଇଥିଲା। ଏଥିରେ ରକ୍ତ ଦାନ ପାଇଁ ସ୍ବେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ ବ୍ଲଡ ବ୍ୟାଙ୍କକୁ ସଂଗୃହିତ ରକ୍ତ ଦାନ କରାଯାଇଥିଲା।


ଏହି ବ୍ୟାପକ ସ୍ୱାସ୍ଥ୍ୟ ସେବା ପଦକ୍ଷେପ କ୍ଷେତ୍ରରେ କିଛି ସ୍ଥାନୀୟ ଲୋକ କମୁନିଟି ମୋବିଲାଇଜର୍ ଭାବେ ଗ୍ରାମବାସୀ ଏବଂ ଡ଼ାକ୍ତରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରୁଛନ୍ତି। ସ୍ଥାନୀୟ ଅଞ୍ଚଳକୁ ବୁଝିଥିବାରୁ ସେମାନେ ଏଦିଗରେ ବିଶେଷ ସହାୟକ ହେଉଛନ୍ତି। ସେମାନେ ସଚେତନତା ସୃଷ୍ଟି କରିବା ସହ ଜନ ଭାଗିଦାରୀ ସୁନିଶ୍ଚିତ କରୁଛନ୍ତି। ଯାହା ଫଳରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ପ୍ରଭାବଶାଳୀ ହୋଇପାରିଛି।


ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ଆମେ ବିଶ୍ୱାସ କରୁ ଯେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏକ ସଶକ୍ତ ଓ ସୁଖୀ ସମାଜ ଗଠନର ମୂଳଦୁଆ ପକାଏ। ଯେତେ ଆଭ୍ୟନ୍ତରୀଣ ଅପହଞ୍ଚ ଇଲାକା ହେଲେ ମଧ୍ୟ ପ୍ରତ୍ୟେକ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ହେଉଛି ଆମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟର ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ମାନସିକତାରେ ସକାରାତ୍ମକ ପରିବର୍ତ୍ତନ ହିଁ ଏହି ମିଶନକୁ ବ୍ୟାପକ କରିବା ପାଇଁ ଆମକୁ ପ୍ରେରଣା ଦେଉଅଛି। ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ଦକ୍ଷିଣ ଓଡ଼ିଶାର ଲୋକଙ୍କ ଉନ୍ନତି ଦିଗରେ ଆମର ପ୍ରତିବଦ୍ଧତାକୁ ଆମେ ଦୋହାରାଇଛୁ।"


ମାଳ ଅଞ୍ଚଳର ବଣ ପାହାଡ଼ଘେରା ଇଲାକାରେ ଭ୍ରାମ୍ୟମାଣ ଗାଡ଼ି କେବଳ ସ୍ୱାସ୍ଥ୍ୟ ସେବା ଯୋଗାଇ ନାହିଁ, ବରଂ ଏହା ଲୋକଙ୍କ ପାଇଁ ବିଶ୍ୱାସ ଏବଂ ଭରସା ସାଜିଛି।

0
0
0
s2sdefault