ହେଡଲାଇନସ୍:

ଜଗତସିଂହପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୦୫.୦୪.୨୦୨୫ ରିଖ ସୁମନ୍ତ କୁମାର ଦାସ: ଓଡ଼ିଆ ପକ୍ଷ ପାଳନ ପଞ୍ଚମ ଦିବସ ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ,ଜଗତସିଂହପୁର ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଅଧ୍ୟକ୍ଷା ,ପୌରପରିଷଦ , ଜଗତସିଂହପୁର ଶ୍ରୀମତୀ ଅର୍ଚ୍ଚନା ସିଂହ ପତାକା ଦେଖାଇ ଏହି ଐତିହ୍ୟ ଗଣ ଦୌଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଗଣଦୌଡ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟନୀ ପଟ୍ଟନାୟକ ଙ୍କ ସହଯୋଗରେ ଜିଲ୍ଲା କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ଦୋଳ ଗୋବିନ୍ଦ ଦାଶ, ଶ୍ରୀକୃଷ୍ଣ ଏକାଡେମୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଏନ୍.ସି.ସି ଓ ସ୍କାଉଟ୍ ଗାଇଡ ର ଶିକ୍ଷକ, ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରୀଡା ଅନୁଷ୍ଠାନର ସଦସ୍ୟ ଆଦି ସମୁଦାୟ ୩୦୦ ଜଣ ଯୋଗଦାନ କରିଥିଲେ।ଏହି ଐତିହ୍ୟ ଗଣଦୌଡ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଜଗତସିଂହପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ହେଉଛି ଆଜିର ଗଣଦୌଡ଼ର ମୁଖ୍ୟ ଲକ୍ଷ୍ୟ।

0
0
0
s2sdefault