ଜଗତସିଂହପୁର ତା ୦୫.୦୪.୨୦୨୫ ସୁମନ୍ତ କୁମାର ଦାସ: ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଗତ ୫ ଦିନ ଧରି ଚାଲିଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ସାରା ରାଜ୍ୟରେ ଓଡ଼ିଶା ପକ୍ଷ ପାଳନ କରାଯାଉଥିବା ଅବସରରେ ଜଗତସିଂହପୁର ମହୋତ୍ସବ – କଲ୍ଲୋଳ ୨୦୨୫ ପାଳନ କରାଯିବା ଅତ୍ୟନ୍ତ ଗୌରବର ବିଷୟ । ଭୌଗୋଳିକ ଦୃଷ୍ଟିକୋଣରୁ ଜଗତସିଂହପୁର ଓଡ଼ିଶାର ସବୁଠାରୁ ଛୋଟ ଜିଲ୍ଲା ହେଲେ ମଧ୍ୟ ଓଡ଼ିଶାର ଅର୍ଥନୈତିକ ଓ ପର୍ଯ୍ୟଟନ ମାନଚିତ୍ରରେ ଏହାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାର ଭାଷା, ସାହିତ୍ୟ, ପରିପାଟୀ ଯେତେ ଉଚ୍ଚ କୋଟିର ସେ ଜାତି ସେତେ ରୁଦ୍ଧିମନ୍ତ।ଏହି ଭୂମି ଓଡ଼ିଆ ଭାଷା ସାହିତ୍ୟର ଆଦିକବି ସାରଳା ଦାସଙ୍କ ଜନ୍ମ ଭୂମି। ତାଙ୍କ ଦ୍ଵାରା ରଚିତ ୩ଟି ଅମୂଲ୍ୟ ଗ୍ରନ୍ଥ ରାମାୟଣ, ମହାଭାରତ ଓ ଚଣ୍ଡୀ ପୁରାଣ ବିଶ୍ଵ ବିଦିତ। ଜିଲ୍ଲା ର ସାହିତ୍ୟ, ସ୍ଵାଧୀନତା ସଂଗ୍ରାମ କୁ ନେଇ ଜିଲ୍ଲାପାଳ ଯେଉଁଠାରେ ବି ଇଣ୍ଟରପ୍ରିଟେଶନ ସେଣ୍ଟର କରିବେ, ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଥିଲେ। ମା ଶାରଳା ଙ୍କ ପୀଠ ର ଉନ୍ନତି ନିମନ୍ତେ ଆବଶ୍ୟକୀୟ ସାହଯ୍ୟ ଯୋଗାଇ ଦିଆଯିବା ସହ ଅଳକାଶ୍ରମ ର ବିକାଶ ପାଇଁ ୧କୋଟି ପ୍ରୋତ୍ସାହନ ରାଶି ର ଘୋଷଣା କରିଥିଲେ। ଜିଲ୍ଲା ର ସମସ୍ତ ବୀର ମହାପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ସେମାନେ ଜିଲ୍ଲା ବାସୀଙ୍କୁ ଲଢ଼ାଇ କରିବାକୁ ଶିଖାଇଛନ୍ତି।
କେବଳ ପ୍ରାଚୀନ ନୌବାଣିଜ୍ୟ ନୁହେଁ; ସାଂପ୍ରତିକ କାଳଖଣ୍ଡରେ ଏହି ଜିଲ୍ଲାର ପ୍ରାଚୀନ ସ୍ମୃତିକୁ ଉଜ୍ଜୀବିତ କରି ଭାରତବର୍ଷର ପୂର୍ବ ଉପକୂଳରେ ଅବସ୍ଥିତ ପାରାଦ୍ଵୀପ ବନ୍ଦର ଏବଂ ଏହାର ପାରିପାର୍ଶ୍ଵିକ ଶିଳ୍ପାୟନ ଆଜି ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତିରେ ସହଯୋଗ କରିବାରେ କାର୍ପଣ୍ୟ କରିନାହିଁ । ମୁଁ ଗର୍ବର ସହ କହୁଛି ଯେ ସୁଭଦ୍ରା ଯୋଜନା ଅଧୀନରେ ଜିଲ୍ଲା ରୁ ଏଯାବତ ୨ ଲକ୍ଷ ୭୩ ହଜାର ୩୩୧ ଜଣ ସୁଭଦ୍ରା ସହାୟତା ପାଇଛନ୍ତି । ଜଗତସିଂହପୁର ଭଳି ଛୋଟ ଜିଲ୍ଲାରେ ଏତେ ସଂଖ୍ୟାରେ ସୁଭଦ୍ରା ସହାୟତା ମିଳିବା ଆମ ପାଇଁ ଏକ ବଡ ଉପଲବ୍ଧି ।ଏଥିନିମନ୍ତେ ମୁଁ ଜିଲ୍ଲାରେ ଥିବା ୧୮୧୫ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ୧୮୦୩ ଅଙ୍ଗନବାଡି କର୍ମୀ ଓ ୧୭୮୯ ଅଙ୍ଗନବାଡି ସହାୟିକାମାନଙ୍କୁ ଧନ୍ୟବାଦ ଜଣାଉଛି ।
ଏହା ସହ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଲକ୍ଷ୍ୟରେ ଜଗତସିଂହପୁର ଜିଲ୍ଲାରେ ୮୪% ପ୍ରତିଶତ ଲକ୍ଷ୍ୟ ହାସଲ କରିଛି ।ସମ୍ଭାବ୍ୟ ୮୦ ହଜାର ୧୩୮ ସାଲକ୍ଷପତି ଦିଦିରୁ ଏହି ଜିଲ୍ଲାରୁ ୬୭ ହଜାର ୧୩୭ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି । ଯାହା ପ୍ରମାଣିତ କରିଛି ମହିଳା ମାନେ କେବଳ ୟୂଜ ଆଣ୍ଡ ଥ୍ରୋ ନୁହେଁ ବରଂ ଉନ୍ନତି ରେ ସମ ଭାଗିଦାରୀ।
ଶେଷରେ ଜିଲ୍ଲା ର ଯୁବପିଢୀ ଙ୍କୁ ଏହି ରୁଦ୍ଧିମନ୍ତ ଇତିହାସ କୁ ଭବିଷ୍ୟତ ପିଢୀ ଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତେ ଭାଗୀଦାର ବୋଲି କହିଥିଲେ। ଜିଲ୍ଲା ରେ ସାଂସ୍କୃତିକ, ରାଜନୈତିକ, ସ୍ଵାଧୀନତା ସଂଗ୍ରାମ ଆନ୍ଦୋଳନ ବିଷୟ ରେ ଆଲୋକପାତ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଜଗତସିଂହପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସମସ୍ତଙ୍କ ସହଯୋଗ ରେ ସମ୍ଭବ ଓ କଲ୍ଲୋଳ ର ମଞ୍ଚ ହେଉଛି ଏଥି ନିମନ୍ତେ ବିଚାର ବିମର୍ଷ ର ମଞ୍ଚ।ଜିଲ୍ଲା ର ମହିୟସୀ ମହିଳା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିଥିଲେ। ଜିଲ୍ଲା ରେ ପର୍ଯ୍ୟଟନ ସ୍ଥଳୀ ର ବିକାଶ ହେବ ବୋଲି ସେ କହିଥିଲେ।
ମାନ୍ୟବର ଅଧ୍ୟକ୍ଷ,ପୌର ପରିଷଦ, ପାରାଦୀପ ଶ୍ରୀ ବସନ୍ତ କୁମାର ବିଶ୍ବାଳ କହିଲେ ଜିଲ୍ଲା ର ପାରାଦ୍ଵୀପ ବନ୍ଦର ଆଜି ଏକ ନମ୍ବର ବନ୍ଦର ଭାବେ ଖ୍ୟାତ। ଜିଲ୍ଲା ର କୁଶଳୀ ଯୁବପିଢୀ ଙ୍କ ପାଇଁ ଏହା ସୃଷ୍ଟି କରିଛି ଅନେକ ସୁଯୋଗ ସଂଭାବନା।
ଏହି ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ଜେ ସୋନାଲ। ସ୍ମରଣିକା ' ଆଦିପତ୍ର ର ସମ୍ପାଦକ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଏହାର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। । ଜିଲ୍ଲାପାଳ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ଜିଲ୍ଲା ମହୋତ୍ସବ କଲ୍ଲୋଳ ର ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ମହୋତ୍ସବ କଲ୍ଲୋଳ ର ମୁଖପତ୍ର "ଆଦିପତ୍ର" ଉନ୍ମୋଚିତ ହୋଇଥିଲା। ସମ୍ପାଦକ ଆଦିପତ୍ର ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗତା ମଞ୍ଚସୀନ ଥିଲେ।
ଏଥିସହିତ ଜିଲ୍ଲା ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଓରମାସ ପଲ୍ଲୀଶ୍ରୀ ମେଳା ରେ ସର୍ବୋଚ୍ଚ ବିକ୍ରୟ ପାଇଁ ବୌଦ୍ଧ ଜିଲ୍ଲା ର ହସ୍ତତନ୍ତ ବିକ୍ରେତା ବାଉସୁନି ଏଣ୍ଟର ପ୍ରାଇଯର୍ସ, ପଥର ଖୋଦିତ ଇନୋଭେଟିବ ପ୍ରଡକ୍ଟ ପାଇଁ ନାଉଗାଁ ର ଉତ୍କଳ କେଶରୀ ମହାନ୍ତି, ସୁନ୍ଦର ପ୍ରଦର୍ଶନ ପାଇଁ ଉଦ୍ୟାନ କୃଷି ବିଭାଗ, ସୁଗାର ଫ୍ରୀ ରାଇସ, ବେଷ୍ଟ୍ ସେଲ୍ସ ମାନ ପାଇଁ ବିରିଡ଼ି ର ଚକାଡୋଳା ପ୍ରଡ୍ୟୁ ସର ଗ୍ରୁପ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।
ସଭାର ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
ପାରମ୍ପରିକ ଝୋଟି, ହୁଳହୁଳି, ପିଠା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ, କଲ୍ଲୋଳ ରେ ସାହଯ୍ୟ କରିଥିବା ପୌର ପରିଷଦ ର ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।
ପଲ୍ଲୀଶ୍ରୀ ମେଳାରେ ସ୍ୱୟଂ ସହାୟକ ଦଳର ଉତ୍ପାଦିତ ସାମଗ୍ରୀ ଆଦୃତ ହୋଇଛି । ପରେ ଓଲିଉଡ ନାଇଟ ଶୁଭାଶିଷ ମହାକୁଡ ଓ ଲିପ୍ସା ମହାପାତ୍ର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।