ସାରା ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି
ମହାକାଳପଡାରେ ପ୍ରଶାସନ ଦ୍ୱାରା ପଞ୍ଚାୟତିରାଜ ଆଇନର ଉଲ୍ଲଂଘନ
କିଣାବିକା କରି ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପିର ହୀନ ଉଦ୍ୟମ
ଭୁବନେଶ୍ୱର, ୦୫/୦୪/୨୦୨୫: ମହାକାଳପଡ଼ା ପଞ୍ଚାୟତ ସମିତିରେ କିଛି ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା, ଶକ୍ତି ପ୍ରଦର୍ଶନ ଏବଂ ଅନୈତିକ ଭାବେ ପ୍ରଶାସନ ଦ୍ୱାରା ପ୍ରାୟୋଜିତ ଅନାସ୍ଥା ପ୍ରସ୍ଥାବ ଫେଲ୍ ମାରିଲା ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳିନରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି ।
ଶ୍ରୀ ନାୟକ କହିଛନ୍ତି ଯେ, ଶାସକ ବିଜେପି ଦଳର ନିଶ୍ଚିତ ପରାଜୟ ଜାଣିବା ପରେ ଏକକାଳୀନ ୯ଜଣ ସଦସ୍ୟଙ୍କ ଅସୁସ୍ଥତାର ବାହାନା ନେଇ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ବାତିଲ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ଘୋଷଣା ପରେ କିଛି ଦିନ ଧଣି ସଦସ୍ୟମାନଙ୍କୁ ଧମକ ଦେବା ସହ ଘୋଡା ବେପାର କରିବାର ଉଦ୍ୟମ ଫସରଫାଟିବା ପରେ ବିଜେପି ଦଳ ଓ ପ୍ରଶାସନ ଅନୋନ୍ୟପାୟ ହୋଇ ବାତିଲ ନିଷ୍ପତ୍ତି ନେଇଛି । ପଞ୍ଚାୟତିରାଜ ଆଇନର ଉଲ୍ଲଂଘନ କରି ମହାକାଳପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଉତଙ୍କୁ କ୍ଷମତାଚୁ୍ୟତ କରିବା ପାଇଁ ଶାସକ ଦଳ ଓ ପ୍ରଶାସନର ଅପଚେଷ୍ଟା ବାବଦରେ ପଞ୍ଚାୟତରାଜ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କୁ ଶ୍ରୀମତୀ ରାଉତ ଅବଗତ କରାଇଛନ୍ତି ।
ଡ଼ ମହାନ୍ତି କହିଥିଲେ, ସାରା ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ତ୍ରିସ୍ତରୀୟ ଞ୍ଚାୟତରାଜ ବ୍ୟବସ୍ଥାକୁ ଦୁର୍ବଳ କରି ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଶାସନ ଦ୍ୱାରା ଚା ଗ୍ରସ୍ତ କରାଇ ଶାସକ ବିଜେପି ଦଳ କ୍ଷକୁ ନେବା ପାଇଁ ଷଡଯନ୍ତ୍ର ଚାଲିଛି । ଢେଙ୍କାନାଳ, କୁକୁଡାଖଣ୍ଡୀ, ବଡମ୍ବା ନରସିଂହପୁର ଭଳି ସାରା ରାଜ୍ୟରେ ଯେନେତେନ ପ୍ରକାରେ କ୍ଷମତା ହାସଲ କରିବା ପାଇଁ ବିଜେପି ଉଦ୍ୟମ ଚଳାଇଛି । ଯାହା ଗଣତନ୍ତ୍ରର ପରିନ୍ଥୀ ।
ମହାକାଳପଡା ପଞ୍ଚାୟତ ସମିତିରେ ବିଜେପି ଓ ଜିଲ୍ଲା ପ୍ରଶାସନ ଏଭଳି ରାଜନୈତିକ ଅନିୟମିତତାରୁ ବିରତ ରହିବା ପାଇଁ ଆମେ ଆଶା କରୁଛୁ ନଚେତ ଲୋକଙ୍କ ସ୍ୱାର୍ଥ ଓ ହକ୍ ପାଇଁ ବିଜୁ ଜନତା ଦଳ ନିର୍ଣ୍ଣାୟକ ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି ସତର୍କ କରାଇଛନ୍ତି ।