ହେଡଲାଇନସ୍:

ସୁବର୍ଣ୍ଣପୁର ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ସୁବର୍ଣ୍ଣପୁର ନୀଉଁ ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ  କରାଯାଇଛି l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଯୋଗ ଦେଇ ପୋଲିସ ଅଭିବାଦନ ଗ୍ରହଣ କରିଥିଲେ l ଓ ଓଡ଼ିଶା ର ମହା ମାନ୍ୟ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ l ପରେ ପରେ  ଜିଲ୍ଲା ର ସର୍ବ ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ମେଣ୍ଡl ର ରବୀନ୍ଦ୍ର ସାହୁ ଙ୍କୁ, ସର୍ବ ଶ୍ରେଷ୍ଠ ଏ ଏସ ଆଇ ଭାବେ ବିନିକା ପି ଏସ ର ରଂଜୟ କୁମାର୍ ନାୟକ , ସର୍ବ ଶ୍ରେଷ୍ଠ ହାବିଲଦାର ଭାବେ ସୋନପୁର ରିଜର୍ଭ ର ଚମରା ପଧାନ, ସର୍ବ ଶ୍ରେଷ୍ଠ ଓ ଆର୍ ହାବିଲଦାର ଭାବେ ଜିଲ୍ଲା ପୋଲିସ ଅଫିସ  ର ସୁଭାଷିନୀ ପ୍ରଧାନ, ସର୍ବ ଶ୍ରେଷ୍ଠ ଏ ପି ଆର୍ କନଷ୍ଟେବଲ୍ ଭାବେ ସୋନପୁର ରିଜର୍ଭ ର ଲିକୁନ କୁମାର୍ ପ୍ରଧାନ, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟେବଳ ଭାରତୀ ବେହେରା ଙ୍କୁ ଆଜି ର ଦିବସ ର ମୁଖ୍ୟ ଅତିଥି ଏସପି ଶ୍ରୀ ସାହୁ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ସୋନପୁର ଏସ ଡି ପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଡି ଏସ ପି ପ୍ରତାପ ରଣା, ବୈକୁଣ୍ଠ ସେଠ ପ୍ରମୁଖ ଯୋଗ ଦେଇ ଥିଲେ l ଆର୍ ଆଇ କାହୁଁ ଚରଣ ମାରାଣ୍ଡି ପ୍ୟାରେଡ ପରିଚାଳନା କରିଥିବା ବେଳେ ପୋଲିସ କନେଷ୍ଟବଳ ସଂଘ ସଭାପତି ଦିନେଶ ରଞ୍ଜନ ମିଶ୍ର, ସଂପାଦକ ରଞ୍ଜିତ ପ୍ରଧାନ, କୁମୁଦ ରଞ୍ଜନ ସାହୁ, ମନୋଜ୍ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l

0
0
0
s2sdefault