-
- ବର୍ତ୍ତମାନର ଜିଓ ଉପଭୋକ୍ତା ଏବଂ ନୂତନ ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫର
-
- ଟିଭି / ମୋବାଇଲରେ ୪କେ ଗୁଣବତ୍ତାରେ ୯୦ ଦିନର ମାଗଣା ଜିଓହଟଷ୍ଟାର
-
- ୫୦ ଦିନ ପାଇଁ ମାଗଣା ଜିଓ ଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗ
ମୁମ୍ବାଇ, ୦୧ ଏପ୍ରିଲ ୨୦୨୫: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ଏହାର ନୂତନ ଏବଂ ବର୍ତ୍ତମାନର ଗ୍ରାହକଙ୍କ ପାଇଁ ଆଣିଥିବା ସ୍ୱତନ୍ତ୍ର ଅସୀମିତ କ୍ରିକେଟ ଅଫରକୁ ୧୫ ଏପ୍ରିଲ ୨୦୨୫ ଯାଏଁ ବୃଦ୍ଧି କରିଛି। ପୂର୍ବରୁ ଏହି ଅଫର ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିଲା। ଏହି ଅଫର ଅଧୀନରେ, ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।
ଏହି ଅସୀମିତ କ୍ରିକେଟ୍ ଅଫରରେ, ଗ୍ରାହକମାନେ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓହଟଷ୍ଟାର ସବସ୍କ୍ରିପସନ୍ ପାଉଛନ୍ତି ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ। ଏହାର ଅର୍ଥ ହେଉଛି ଗ୍ରାହକମାନେ ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ।
ଏହା ସହିତ, ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍ କ୍ରିକେଟ୍ ଦେଖିବାର ଅନୁଭୂତି ସହିତ ଶ୍ରେଷ୍ଠ ହୋମ ଏଣ୍ଟେରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ। ଜିଓଫାଇବର କିମ୍ବା ଜିଓଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ସହିତ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ମଧ୍ୟ ମିଳିବ।
କ୍ରିକେଟ ପ୍ରେମୀ ଗ୍ରାହକଙ୍କ ବିପୁଳ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ଅଫର ଗ୍ରାହକମାନଙ୍କ ପାଇଁ ଏବେ ୧୫ ଏପ୍ରିଲ ୨୦୨୫ ଯାଏଁ ଉପଲବ୍ଧ ହେବ। ଏହି ଅଫରର ଲାଭ ପାଇବା ପାଇଁ, ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କୁ ଅତି କମରେ ୨୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର ପ୍ଲାନ ରିଚାର୍ଜ କରିବାକୁ ପଡିବ। ଅନ୍ୟ ପକ୍ଷରେ ନୂତନ ଜିଓ ସିମ୍ ଗ୍ରାହକମାନଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ନେବାକୁ ପଡିବ। ଯେଉଁ ଗ୍ରାହକମାନେ ପୂର୍ବରୁ କୌଣସି ରିଚାର୍ଜ କରିସାରିଛନ୍ତି ସେମାନେ ମଧ୍ୟ ୧୦୦ ଟଙ୍କାର ଏକ ଆଡ-ଅନ୍ ପ୍ୟାକ୍ ନେଇ ଏହି ଅଫରର ଲାଭ ଉଠାଇପାରିବେ।