ହେଡଲାଇନସ୍:

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟାଳୟରେ ତାଲା ; ଆନ୍ଦୋଳନରେ କର୍ମଚାରୀ ; ରୋଗୀ ହନ୍ତସନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିଜର ଦୁଇ ଦଫା ଦାବି ଯଥା କ୍ୟାଡର୍ ପୁନର୍ଗଠନ, ନିୟମିତକରଣ ଏବଂ ଦରମା ଅଭିବୃଦ୍ଧି ନେଇ ସମଗ୍ର ରାଜ୍ୟରେ ଚାରିଦିନ ହେବ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର କର୍ମାଚରୀମାନେ ଆନ୍ଦୋଳନରେ ବସିଛନ୍ତି I ଏହାର ସିଧାସଳଖ କୁପ୍ରଭାବ ପଡ଼ିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ସେବା ଉପରେ I ଜାତୀୟ ସ୍ଵାସ୍ଥ୍ୟ ମିଶନ୍ କର୍ମଚାରୀ ସଂଘର ରାଜ୍ୟସଭାପତି ଅନୁରୋଧ ପଣ୍ଡାଙ୍କ ଆହ୍ୱାନ୍ କ୍ରମ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର କର୍ମଚାରୀ ମାନେ ମଧ୍ୟ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବି.ପି.ଏମ୍, ବି.ଏ.ଏମ୍,ବି.ଡି.ଏମ୍ ଙ୍କ ସମେତ ଟି.ବି,ମ୍ୟାଲେରିଆ ଭଳି ଅନ୍ୟାନ୍ୟ ବିଭାଗର ସମସ୍ତ କର୍ମଚାରୀ ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବାରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି I ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ନିରାଶରେ ଫେରି ଯାଉଥିବା ଦେଖିବାକୁ ମିଳିଛି I କିନ୍ତୁ ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବା ଯୋଗୁଁ ସଂଘ କ୍ଷୋଭ ପ୍ରକାଶ କରିଛି I ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କର୍ମଚାରିଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି I

0
0
0
s2sdefault