ମହିଳାଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ଭାଲିଆଡିହି ବାପଘରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ଭାଲିଆଡିହି ଗାଁର କିର୍ତ୍ତି ଚନ୍ଦ୍ର ଭୁଇଁଆଙ୍କ ଝିଅ ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଜମୁନା ଗାଁର ଉମେଶ ଚନ୍ଦ୍ର ଭୁଇଁଆଙ୍କ ପତ୍ନୀ ବର୍ଷା ରାଣୀ ଭୁଇଁଆ(୨୫) । ୫ ବର୍ଷ ପୂର୍ବେ ଉଭୟଙ୍କ ବାହାଘର ହୋଇଥିଲା । ତାଙ୍କର ଅଢେ଼ଇ ବର୍ଷର ପୁଅକୁ ନେଇ କେନ୍ଦ୍ରାପଡ଼ାରେ ରହୁଥିଲେ । ସ୍ବାମୀ ଉମେଶ ଚନ୍ଦ୍ର ଭୁଇଁଆ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି । ୫/୬ ଦିନ ପୂର୍ବେ ବର୍ଷାରାଣୀ ସ୍ବାମୀଙ୍କ ସହିତ ଭାଲିଆଡିହି ଆସିଥିଲା । ମଙ୍ଗଳବାର ୧୦ ବେଳେ ବର୍ଷାଙ୍କ ମାଁ ଓଡ଼ଗାଁର ଏକ ଘରୋଇ ସ୍କୁଲରେ କାମ କରିବାକୁ ଆସିଥିଲେ । ବର୍ଷାଙ୍କ ସ୍ବାମୀ ନିକାର୍ଯ୍ୟରେ ଚାଲିଯାଇଥିବା ବେଳେ ବର୍ଷା ଘରେ ଟିକି ଛୁଆକୁ ନେଇ ଘରେ ଏକଲା ଥିଲେ । ହେଲେ ଛୁଆର କାନ୍ଦଣା ଶୁଣି ପଡୋଶି ଲୋକ ଯାଇ ଦେଖିଲା ବେଳକୁ ଘର ଭିତରପାଖରୁ ବନ୍ଦ ଅଛି । ଖବରପାଇ ବର୍ଷାଙ୍କ ମାଁ ଘରେ ପହଞ୍ଚିଥିଲେ । କବାଟ ଭାଙ୍ଗି ଦେଖିଲା ବେଳକୁ ତଣ୍ଟିରେ ଲୁଗାଫାସଦେଇ ଓହଳିପଡିଛି। ଏବଂ ଛୁଆଟି ଚିତ୍କାର କରି କାନ୍ଦି ଚାଲିଛି । ପରେ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ବର୍ଷାକୁ ଓଡ଼ଗାଁ ଡାକ୍ତରଖାନା ଆଣିଥିଲେ । ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବାପରେ ପୋଲିସ ୧୦/୨୦୨୫ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମଙ୍ଗଳବାର ଶବବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

0
0
0
s2sdefault