ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର ହଟାଇ ହେଉ ଫାଟକ ପ୍ରଶସ୍ତି କରଣ
ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଓଡ଼ଗାଁ ଠାରେ ବିରାଜିତ ସ୍ବର୍ଣ୍ଣ କଳସ କ୍ଷେତ୍ର ବାସୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଫାଟକକୁ ଦେଖିଲେ ପର୍ଯ୍ୟଟକ ମାନେ ନିରୁତ୍ସାହିତ ମନେ କରନ୍ତି । ଗୋଟିଏ ଅଣ ଓସାରିଆ ଫାଟକରେ ଗୋଟିଏ ପାର୍ଶ୍ୱରେ ଟ୍ରାନ୍ସଫର୍ମର ସହିତ ଏଲଟି ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ତାରାଗୁଡ଼ିକ ଛନ୍ଦି ହୋଇ ବୁଢିଆଣୀ ଜାଲର ଭ୍ରମ ସୃଷ୍ଟି କରୁଛି । ଅନ୍ୟ ପାର୍ଶ୍ବରେ ପଲିଥିନ ଘୋଡାହୋଇ ରହିଛି ଉଠା ଦୋକାନ । ଆସନ୍ତା ଏପ୍ରିଲ ମାସ ୬ ତାରିଖରେ ଶ୍ରୀରାମ ନବମୀରେ ରାମ ଜନ୍ମ ବିଧାନ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏବଂ ନବଦିନ ସନ୍ଧ୍ୟା ବେଶ ଦର୍ଶନ କରିବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ଗହଳ ଚହଳ ଲାଗିରହିବ । ସୀତା ବିବାହ, ରାବଣପୋଡ଼ି, ଶ୍ରୀରାମଙ୍କ ସିଂହାସନ ଆରୋହଣ ତଥା ଶ୍ରୀରାମାଭିଷେକ ଦୃଶ୍ୟକୁ ସନ୍ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟାରେ ଦର୍ଶନାର୍ଥି ଏଠାକୁ ଆଗମନ କରିବାର ସମ୍ଭାବନା ରହିଛି । ମୁଖଶାଳାରୁ ଯେପରି ମନ୍ଦରର ସୈାନ୍ଦର୍ଯ୍ୟ ବାରି ହୋଇପଡ଼ିଥାଏ, ଠିକ୍ ସେହିପରି ଫାଟକକୁ ମନ୍ଦିର ପ୍ରାଙ୍ଗଣର ସ୍ଥିତିକୁ ଅନୁମେୟ କରାଯାଇଥାଏ । ସୀତା ବିବାହରେ ବରକନ୍ୟାଙ୍କର ଶୋଭାଯାତ୍ରା ବେଳେ ମନ୍ଦିର ଫାଟକ କମ୍ ପଡ଼ିଯାଏ । ଏଥିପାଇଁ ବହୁ ସମସ୍ୟା ସୃଷ୍ଟି ହୁଏ । ଅଣଓସାରିଆ ଫାଟକ ଯୋଗୁଁ ଶୋଭାଯାତ୍ରାକୁ ସଙ୍କୁଚିତ କରାଯାଇଥାଏ । ଚଳିତ ବର୍ଷ ଏହାର ପୂନରାବୃତି କରାଯାଉ । ଫାଟକର ପଶ୍ଚିମ ପାର୍ଶ୍ବରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଏବଂ ଏଲଟି ବିଦ୍ୟୁତ୍ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନନ୍ତର କାରାଯାଇ ଫାଟକକୁ ବିସ୍ତାରିତ କରାଯାଉ । ନିର୍ମାଣ ହୋଇଥିବା ନୂଆ ବିଲଡିଙ୍ଗରେ ଦୋକାନୀ ମାନଙ୍କୁ ଥଇଥାନ କରାଯାଉ । ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମନ୍ଦିର ପରିସର ସ୍ବଚ୍ଛତା ରକ୍ଷାକରି ସୈାନ୍ଦର୍ଯ୍ୟତା ବୃଦ୍ଧି କରାଯାଉ ।