ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା: ଜେକେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ ଓ ବନବାସୀ କଲ୍ଯାଣ ଆଶ୍ରମ ସହଯୋଗ ବନଶ୍ରୀ ସାଧନା ନିର୍ମାଣ କରାଯାଇ ଥିଲା। ଏଥିରେ ବନବାସୀ ମାନଙ୍କର ସାମାଜିକ, ସାଂସ୍କୃତିକ, ଏବଂ ଆର୍ଥିକ ଦକ୍ଷତାକୁ ବିକାଶ ପାଇଁ ଉପଯୋଗ କରାଯିବ।
ଏହି ହଲ୍ କୁ ଆନୁଷ୍ଠାନିକ ଭାବେ କାଗଜ କଳ ର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି କାର୍ମିକ ଯୋଗ ଦେଇ ଉଦଘାଟନ କରିଥିଲେ। ତାଙ୍କ ସହିତ ଉପସଭାପତି ବାଣିଜ୍ଯ ବିଶ୍ଵଜିତ ଦ୍ଵିବେଦୀ,ଉପସଭାପତି,ଉତ୍ପାଦ, ରାଘବେନ୍ଦ୍ର ହବର ଓ ସିଭିଲ ଡିପାର୍ଟମେଣ୍ଟ ର ମୁଖ ହରେଦ୍ର ସିଂହ ପ୍ରମୂଖ ଉପସ୍ଥିତ ଥିଲେ। ବନବାସୀ ମାନଙ୍କ ପାଇଁ କରୁ ଥିବା ସେବା କାର୍ଯ୍ୟ କୁ ବିନୟ ଦ୍ଵିବେଦୀ ପ୍ରସଂଶା କରି ଥିଲେ।
କାର୍ଯ୍ୟକ୍ରମ କୁ ଆନୁଷ୍ଠାନ ର ସଭାପତି ଗୌରୀ ଶଙ୍କର ପଟ୍ଟନାୟକ ପରିଚାଳନା କରିଥିଲେ ଓ ଜେ କେ କାଗଜ କଳ ର ସାମାଜିକ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ।
ଅନୁଷ୍ଠାନ ର କୋଷାଧ୍ୟକ୍ଷ ରଞ୍ଜନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault