ଭୁବନେଶ୍ଵର,ତା୦୬/୦୩/୨୦୨୫ରିଖ: ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ଶ୍ରୀମତୀ ସସ୍ମିତା ନନ୍ଦ, ଶ୍ରୀମତୀ ରୁବି ବିଶ୍ଵାଳ, ସୁଶ୍ରୀ ଜାଲିନା ପ୍ରିୟଦର୍ଶିନୀ, ଶ୍ରୀମତୀ ଛବି ମହାଲି ଓ ଶ୍ରୀମତୀ ଅନିତା ବେହେରା ଙ୍କୁ ବହିଷ୍କୃତ କରାଯାଇଛି । ୨୦୨୪ ନଭେମ୍ବର ୧୬ ତାରିଖରେ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଆଧାରରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏହା ବିରୁଦ୍ଧରେ ଶ୍ରୀମତୀ କର ଏବଂ ଅନ୍ୟ ସଦସ୍ୟମାନେ ମାନ୍ୟବର ଉଚ୍ଚନ୍ୟାୟାଳର ଦ୍ୱାରସ୍ଥ ହୋଇଥିଲେ । ସମସ୍ତ ତଥ୍ୟକୁ ବିଚାରକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆବେଦନକୁ ଖାରଜ କରିବା ପରେ ଆଜି ସମସ୍ତଙ୍କ ବହିଷ୍କାର ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଦେଶନାମା ଜାରି କରାଯାଇଛି ।
ରାଜ୍ୟ
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ହେଲେ ଦାୟିତ୍ଵମୁକ୍ତ
- Hits: 10