ହେଡଲାଇନସ୍:

ଅଲେଖ ମହିମା ମେରୁମଠରେ ବିଶ୍ୱଶାନ୍ତି ମହାଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ଶୀର୍ଷା ପଞ୍ଚାୟତର  ସୁବୋର୍ଣରେଖା ନଦୀ କୂଳରେ ଥିବା ବହୁପୁରାତନ କୋପିନିଧାରୀ  ଅଲେକ ମହିମା ଧର୍ମାବିଳମ୍ବି ସନ୍ନ୍ୟାଶୀଙ୍କ ମହିମା ମଠରେ ସନ୍ନ୍ୟାସୀ ମାନଙ୍କ ଦ୍ଵାରା ଆୟୋଜିତ ତ୍ରିଦିବଶୀୟ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୪ତାରିଖ ମଙ୍ଗଳବାର ଦିନ ଆରମ୍ଭ ହୋଇ ଆଜି ଗୁରୁବାର ୬ତାରିଖ ଅପରାହ୍ନ ୨ ଘଟିକା ସମୟରେ ଉଦଯାପିତ ହେଇ ଯାଇଛି  |  ପ୍ରଥମ ଦିବସ ମଙ୍ଗଳବାର ଦିନ ମଠାଧୀଶ ବାବା ବିମ୍ବାଧର ଦାସଙ୍କ ଦ୍ଵାରା ଭକ୍ତଗଣଙ୍କ ସମାବେଶରେ ମେରୁମଠ ଧୋନି ମନ୍ଦିର ରେ ଝାଡ଼ବତୀ ପର୍ୟ୍ଯଳନ କରିଥିଲେ  |   ଏଥିରେ ମୟୁରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ କୋପିନିଧାରୀ ମହିମା ମୋଟ ରୁ ଆସିଥିବା ସନ୍ନ୍ୟାସୀ ମାନଙ୍କ ସହିତ ପଡଶି ରାଜ୍ୟ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର  ଥିବା ମହିମାଗାଦୀର ସନ୍ୟାସୀ ଗଣ ଯୋଗ ଦେଇଥିଲେ  | ଦ୍ୱିତୀୟ ଦିବସରେ ସୁବୋର୍ଣମୟୀ ସୁବୋର୍ଣରେଖା ନଦୀରୁ ଅଲେଖ ମହିମା ସନ୍ୟାସୀ ମାନଙ୍କ ଦ୍ଵାରା ୧୦୮ ଘଟ ଯୋରନ୍ଦା  ମଠର ସନ୍ୟାସୀ ସଞ୍ଜୟ ବାବାଙ୍କ ପୋରହିତ୍ୟରେ  ଉତ୍ତଳନ କରାଯାଇ ବିଶ୍ୱଶାନ୍ତି ମହାଯଜ୍ଞ ଉପକଣ୍ଠ ହରିମଣ୍ଡରେ ସ୍ଥାପନା କରି ଶୁଭ ବେଳାରେ ଅଲେଖ ନାମ ସଂକୀର୍ତନ ଶୁଭାରମ୍ବ କରାଯାଇ ଥିଲା  |  ଅଲେଖ ନାମ ସଂକିର୍ତନରେ ପରିବେଶ ମୁଖରିତ ହେଇ ଉଠିଥିଲା  | ଉକ୍ତ  କାଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଲର ବିଭିନ୍ନ ଗ୍ରାମରୁ ସହ ସହ ପୁରୁଷ ଏବଂ ମହିଳା ଭକ୍ତଙ୍କ ଜନ ସମାଗମ  ଦେଖି ବାକୁ ମିଳିଥିଲା   ବ୍ରହ୍ମାଣ୍ଡରେ ଜୀବନ ଯାପନ କରୁଥିବା ୩୬କଟି ଜୀବଙ୍କ କଲ୍ୟାଣ ଉଦ୍ଧ୍ୟଶରେ ଏହି ବିଶ୍ୱଶାନ୍ତିମହାଯଜ୍ଞର ଆୟଜନ କରାଯାଇଥିବା କଥା ମେରୁମଠର ମଠାଧିଶ ବାବା ବିମ୍ବାଧର ଦାସ ସୂଚନା ପ୍ରଦାନ କରିଛନ୍ତି | ଅନ୍ତିମ ଦିବସ ଗୁରୁବାର ୬ ତାରିଖ ଦିନ ଅପରାହ୍ନରେ ଦଧି ଉତ୍ସବ କରାଯାଇ ଦଧି ପସରା ବିତରଣ କରାଯାଇ ଥିଲା | 

0
0
0
s2sdefault