ହେଡଲାଇନସ୍:

ବୈରଖପାଲିରେ ଚୋବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର:ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ବୈରଖପାଲି ଗ୍ରାମରେ ଆଜି ଠାରୁ ତା.୦୭.୦୩.୨୫ ରିଖ (ଶୁକ୍ରବାର ) ଠାରୁ ତା.୧୦.୦୩.୨୫ ରିଖ (ସୋମବାର) ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି ଚୋବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେବ l ଉକ୍ତ ନାମଯଜ୍ଞରେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମେହେର ଓ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ଆଲ୍ଲାଦିନୀ ମେହେର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇବେ ଏବଂ ଶ୍ରୀଯୁକ୍ତ ଆଦିତ୍ୟ ପୂଜାରୀ ପୁରୋହିତ କାର୍ଯ୍ୟ ତୁଲାଇବେ l ଉକ୍ତ ନାମଯଜ୍ଞର ପୂର୍ଣ୍ଣାହୂତି ଦିନ ଦୁଇଟି ମହିଳା ଉଦଣ୍ଡ କୀର୍ତ୍ତନ ଦଳ ସୁନିତା ସାହୁ ଚନ୍ଦନଭାଟି ଏବଂ ରୁପାଲି ପାଣ୍ଡେ ବିଶିପାଲି ଓ ଦୁଇଟି ପୁରୁଷ ରଙ୍ଗୀନ କୀର୍ତ୍ତନ ଦଳ ଆସିବେ ଏବଂ ପ୍ରତ୍ୟେହ ଦିନ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହେବ ବୋଲି ନାମଯଜ୍ଞର ସଭାପତି ଅଭିମନ୍ୟୁ ମେହେର ପ୍ରକାଶ କରିଛନ୍ତି l

0
0
0
s2sdefault