ଭୁବନେଶ୍ୱର, ମାର୍ଚ୍ଚ ୪ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଠାରେ ଫେବୃଆରୀ ୨୧ ରୁ ଏକ ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ୨୦୦ରୁ ଊଦ୍ଧ୍ୱର୍ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।
ସୋଆ ଏବଂ ଭୁବନେଶ୍ୱର ସ୍ଥିତ ଏନ୍ଏସ୍ଏସ୍ ରିଜିଓନାଲ୍ ଡାଇରେକ୍ଟୋରେଟର ସହଯୋଗିତାରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଓଡ଼ିଶାର ୧୫ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ଝାଡଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଂଗ ଓ ଉତରପ୍ରଦେଶର ସ୍ୱେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ ।
ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ସମାବର୍ତନ ଉତ୍ସବରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ଏକତାକୁ ସୁଦୃଢ଼ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ର ଆଂଚଳିକ ନିଦେ୍ର୍ଧଶିକା ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଏନଏସ୍ଏସ୍ ବୁ୍ୟରୋ ପ୍ରୋଗ୍ରାମ କୋର୍ଡିନେଟର ତଥା ଇନ୍ଟରନ୍ୟାସ୍ନାଲ ରିଲେସନ୍ସ ନିଦେ୍ର୍ଧଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥାଇ ବକ୍ତବ୍ୟ ପ୍ରଦାନ ରଖିଥିଲେ ।