ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ପଞ୍ଚାୟତ ଗଞ୍ଜାମ ସୀମାନ୍ତକୁ ଲାଗିରହିଥିବା ମାଳିଆଝୋଲା ଗାଁରେ ମଙ୍ଗଳବାର ମଧ୍ୟାହ୍ନରେ ୨ ଦୁବୃର୍ତ୍ତ ଗଞ୍ଜାମ ଜିଲ୍ଲାରୁ ବାଇକରେ ଆସି ଯୋରଯବରଦସ୍ତ ଘରେ ପସି ଟ୍ରଙ୍କଭାଙ୍ଗୀ ୭ ହଜାର ଟଙ୍କା ଛଡାଇନେବା ସହିତ ୨ ପୁଅଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ୨ ଦୁବୃର୍ତ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଝାଡସାହିର କୁନା ନାଏକ ଏବଂ ତାଙ୍କ ବାପା ଜଳନ୍ଧର ନାୟକ । ଅଭିଯୋଗ ଅନୁସାରେ ମାଳିଆଝୋଲା ଖଳୁଆ ନାୟକଙ୍କ ସ୍ତ୍ରୀ ପଙ୍କ ନାୟକ ଘରେ ଏକୁଟିଆ ଥିବା ବେଳେ କୁନା ଏବଂ ଜଳନ୍ଧର ଯୋର ଜବରଦସ୍ତ ଘରେ ପଶିଥିଲେ । ଗାଳିଗୁଲଜ କରିବା ସହିତ ପଙ୍କକୁ ମାଡମାରି ଭୟଭୀତ କରାଇଥିଲେ । ଏବଂ ଝିଅ ବାହାଘରର ଋଣ ପରିଶୋଧ କରିବା ପାଇଁ ରଖିଥିବା ୭ ହଜାର ଟଙ୍କାକୁ ଟ୍ରଙ୍କଭାଙ୍ଗୀ ନେଇଯାଉଥିବା ବେଳେ ପଙ୍କ ତାଙ୍କୁ ଅଟକେଇବାକୁ ଚେଷ୍ଟା କରିଥିଲା । ଅଟକାଇବା ସମୟରେ ଦୁବୃର୍ତ୍ତଙ୍କ ହାତରୁ ଖସିପଡ଼ିଥିବା ୨ଟି ପାଞ୍ଚଶହ ଟଙ୍କାକୁ ପଙ୍କ ଗୋଟାଇ ରଖିଥିଲା । ଏବଂ ତୋର ଗୋଟିଏ ପୁଅକୁ ମାରିଛୁ, ଆଉ ୨ ପୁଅକୁ ମଧ୍ୟ ମାରିବାକୁ କହି ଭୟ ଦେଖାଇ ଗଞ୍ଜାମ ଜଗନ୍ନାଥ ପ୍ରସାଦ ଆଡ଼କୁ ଚାଲିଯାଇଥିଲେ । ଏହି ସମୟରେ ମାଳିଆଝୋଲାର କେତେକ ଗ୍ରାମବାସୀ ପଙ୍କର ଦୁଆରେ ଠିଆହୋଇ ଥିବା ବେଳେ କେହି ଜଣେ ସହଯୋଗ କରିବାକୁ ଆସିନଥିଲେ ।
ରାଜ୍ୟ
ଦିନ ଦ୍ବିପହରରେ ଘରେ ପସି ଭୟ ଦେଖାଇ ଟ୍ରଙ୍କରୁ ୭ ହଜାର ଟଙ୍କାଲୁଟ୍
- Hits: 9