ପାରଳଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଶୁଭ୍ର।ଶୁ ଶେଖରପଟ୍ଟନାୟକଙ୍କ "ଭ୍ରମରୁ ପ୍ରେମ" କବିତା ଗୁଚ୍ଛ ଲୋକାର୍ପିତ ହୋଇଯାଇଛି।
ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲାବେଳେ ଆଲୋଚନାରେ ବିଚିତ୍ରାନନ୍ଦ ବେବର୍ତ୍ତା , ଡ. କଲ୍ୟାଣୀ ମିଶ୍ର , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ବରିଷ୍ଠ ସାମ୍ବାଦିକ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ , ଭାରତ ଭୂଷଣ ମହାନ୍ତି , ବିଶ୍ବରଂଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଦ୍ୟ ପ୍ରକାଶିତ ବହିଟିର ଆତ୍ମିକ୍ , ଆଙ୍ଗୀକ , ଅନ୍ତର୍ନିହିତ , ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇ ଥିଲେ।
ଐଶ୍ୱରୀକ , ଶାଶ୍ଵତ , ନିଃଶର୍ଥ ପ୍ରେମ ଉପରେ ଆଧାରିତ ବହିଟି ପାଠକୀୟ ସ୍ବୀକୃତି ନିଶ୍ଚୟ ପାଇବ ଏକଥା ଆଲୋଚକ ମାନେ ସାଦରେ ଗ୍ରହଣ କରିଥିଲେ। ବହିଟି ପାଇଁ କବିଙ୍କ ପରିବାର ସମର୍ଥନ ଜଣାଇଛନ୍ତି ଏବଂ କବିଙ୍କ ମା , ଭଉଣୀ , ଭିଣେଇ , ପରିବାର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
ଶେଷରେ ଶଶୀଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଶୁଭ୍ରାଶୁ ଶେଖର ପଟ୍ଟନାୟକଙ୍କ "ଭ୍ରମରୁ ପ୍ରେମ" ଲୋକାର୍ପଣ
- Hits: 20