ହେଡଲାଇନସ୍:

ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କୁରେଫୁଲ ଅନୁଷ୍ଠିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ସ୍ଥିତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କୁରେଫୁଲ ପ୍ରଧାନଶିକ୍ଷକ ହେମସାଗର ବାଘ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଗଣେଷ କିଷାନ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଶୈକ୍ଷିକ ଓ ସହଶୈକ୍ଷିକ ଉଭୟ ବିଷୟ ରେ ଉତ୍କର୍ଷତା ହାସଲ ପାଇଁ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭକ୍ତ ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେବା ସହ ଓଡିଶୀ ନୃତ୍ୟ ରେ ପାରଦର୍ଶିତା ଥିବା ଛାତ୍ରୀ ଲିସା ଷାଣ୍ଢ ଙ୍କୁ ନିଜ ଖର୍ଚ୍ଚରେ ଉଚ୍ଚତର ଶିକ୍ଷା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ପଣ୍ଡକିଟାଲ-ନାଇକେନପାଲି ସରପଞ୍ଚ ଗୋବିନ୍ଦ ସେଠ,ଏସଏମସି ସଭାପତି ସତ୍ୟନାରାୟଣ ପଧାନ,ଉପ ସଭାପତି ପଲ୍ଲବୀ ବିଶ୍ୱାଳ,ଚିନାଜୁରୀ ସିଆରସିସି ରମେଶ ଭୋଇ,ପୂର୍ବ ସିଆରସିସି ସୁରେଶ ପୂଜାରୀ,ସାରସମାଲ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ରମାକାନ୍ତ ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ ଅତିଥିପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଶିକ୍ଷକ ସୁଶୀଳ ସାହୁ ସଭାପରିଚାଳନା କରିଥିବାବେଳେ ଶିକ୍ଷକ ହେମନ୍ତ ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ରିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ଏସଏମସି ସଭ୍ୟସଭ୍ୟା ଓ ବୈରାଗୀମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ l ଶିକ୍ଷକ ଦେବରାଜ ଭୋଇ, ଅଶ୍ୱିନୀ ପଧାନ, ସାନନ୍ଦ ବାରିକ ଓ ଜାହ୍ନବୀ ଭୋଇ ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଜାତିପ୍ରଥା,ନାରୀ ନିର୍ଯାତନା ଓ ସତୀ ର ବିହା ଉପରେ ତିନୋଟି ସୁନ୍ଦର ନାଟିକା ପ୍ରଦର୍ଶିତ ହୋଇଥିଲା l

0
0
0
s2sdefault