ହେଡଲାଇନସ୍:

କଳିଙ୍ଗ ସ୍ମାର୍ଟ ସ୍କୁଲ ସହ ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଷ୍ଟଡିଜର ମିଳିତ ବାର୍ଷିକୋତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, (ଅନିମେଶ ପଟ୍ଟନାୟକ): କଳିଙ୍ଗ ସ୍ମାର୍ଟ ସ୍କୁଲ ସହ ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଷ୍ଟଡିଜ୍ ର ମିଳିତ ଭାବେ ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି । ସ୍ଥାନୀୟ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଶୁକ୍ରବାର ସଂଧ୍ୟାରେ କଳିଙ୍ଗ ସ୍ମାର୍ଟ ସ୍କୁଲ ୭ମ ବାର୍ଷିକୀ ପାଳୁଥିବା ବେଳେ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଷ୍ଟଡିଜ ୧୭ ତମ ବାର୍ଷିକ ଉତ୍ସବ ପାଳିଥିଲା । ମୁଖ୍ଯ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ ମହାପାତ୍ର ଯୋଗଦେଇ ଶିଶୁ ମାନଙ୍କ ଶାରୀରିକ, ଆଧ୍ୟାତ୍ମିକ ଓ ଶିକ୍ଷାର ବିକାଶ ଉପରେ ଆଲୋକପାତ କରିଥିଲେ । ମୁଖ୍ଯବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କୁମାର କର, ସ୍ବତନ୍ତ୍ର ଅତିଥି ଭାବେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସମ୍ପାଦକ ତଥା ସମାଜସେବୀ ଚକ୍ରଧର ମହାପାତ୍ର ଓ କ୍ଷେତ୍ରମୋହନ ଫାଉଣ୍ଡେସନର ପ୍ରତିଷ୍ଠାତା କୁନ୍ତଳା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆଇଏମଟି ଫାର୍ମାସୀ କଲେଜର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରଥ, ସାମାଜିକ କର୍ମୀ ସୁବାସ ସ୍ବାଇଁ ପ୍ରମୁଖ ଯୋଗ ଦେଇ କୋମଳମତି ଶିଶୁ ମାନେ କିପରି ଶିକ୍ଷାକୁ ଗ୍ରହଣ କରିବେ ସେ ସମ୍ପର୍କରେ ବିଶେଷ ମତବ୍ୟକ୍ତ କରିଥିଲେ ।

ବିଦ୍ୟାଳୟର ଚେୟାରମ୍ଯାନ ସଞ୍ଜୟ କୁମାର ପ୍ରଧାନ ବିଦ୍ୟାଳୟ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣନା କରିଥିଲେ । ଅଭ୍ୟର୍ଥନା କମିଟିର ଚେୟାରମ୍ଯାନ ସିଦ୍ଧାର୍ଥ ରାୟ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ ପ୍ରମୁଖ ମଞ୍ଚାସିନ ହୋଇ ବିଦ୍ୟାଳୟର ଉନ୍ନତି, ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ସମାଜ ଗଠନରେ ନିଜର ସମର୍ପିତ ସେବା ପାଇଁ ପ୍ରଭାତ କୁମାର ପଣ୍ଡାଙ୍କୁ କଳିଙ୍ଗ ଶିକ୍ଷା ଗୁରୁ ସମ୍ମାନ, ସସ୍ମିତା ସାହୁଙ୍କୁ କଳିଙ୍ଗ ସେବା ସମ୍ମାନ, ହେମନ୍ତ ସାହୁଙ୍କୁ କଳିଙ୍ଗ ଉଦ୍ଯୋଗ ସମ୍ମାନ ଓ ଓଡିଶା ସାମ୍ବାଦିକ ସଂଘର ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କୁ କଳିଙ୍ଗ ଗଣମାଧ୍ୟମ ସମ୍ମାନରେ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ସିଦ୍ଧେଶ୍ଵର ରାଉତ, ଅବିନାଶ ସ୍ବାଇଁ,ପ୍ରଭାକର ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।କଳିଙ୍ଗ ସ୍ମାର୍ଟ ସ୍ଲୁଲର ସାଗରିକା ପ୍ରଧାନ, ସଂଧ୍ଯାରାଣୀ ମହାରଣା, ମିସ୍ ପ୍ରିୟଙ୍କା ରଥ, ମିସ୍ ଗାୟତ୍ରୀ ମହାପାତ୍ର, ଜ୍ଞାନଜ୍ଯୋତି ସିଂହ, ବିଶ୍ବଜିତା ମିଶ୍ର, ଐଶ୍ବର୍ଯ୍ଯା ମହାନ୍ତି , ବିଶ୍ବଜିତା ନନ୍ଦ, ଲିଲି ସାହୁ, ସଂଧ୍ଯାରାଣୀ ବାରିକ, ସେକ୍ରେଟାରୀ ଅନିଲ କୁମାର ସାହୁ, ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଷ୍ଟଡିଜର ମିସ୍ ସୁଵାସିନୀ ମହାପାତ୍ର, ବିପ୍ଲବ ରଥ, ନିରଞ୍ଜନ ମୁଦୁଲି, ବିପିନ ଭୋଇ, ସୋନାଲି ସ୍ବାଇଁ ଓ କଳିଙ୍ଗ କଳାନିକେତନର ଜଗନ ରେଡି ପ୍ରମୁଖ ଉପସ୍ଥିତ ରହି ଉତ୍ସାବକୁ ମହିମା ମଣ୍ଡିତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault