ଖପ୍ରାଖୋଲ ୦୧/୦୩ ( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ଅଧିନ ଖର୍ଲି ଗ୍ରାମ ୟୁପି ସ୍କୁଲ ଠାରେ ଏସବିଆଇ ( ପିପିଏଚଏଫ ) ମେଡିକାଲ ୟୁନିଟ ପକ୍ଷରୁ ସ୍ୱତନ୍ତ୍ର ସ୍ବାସ୍ଥ୍ୟ ଶିବିର ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଡ଼ କେଦାର ଶତପଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏସବିଆଇଏଫ ସଂଜୀବନୀ ଅନ ହ୍ବିଲ କ୍ଲିନିକ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ ପରିଚାଳିତ ହେଊଛି।ଶିବିରରେ ୨୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଇଥିଲା। ସ୍କୁଲ ପରିସରକୁ ସଫା କରାଯାଇଥିଲା। ତୁରେକେଲା ଏମଓଆଇସି ଜ୍ୟୋତି ପ୍ରକାଶ ସାହୁ, ଫାର୍ମାସିଷ୍ଟ ନିହାର ରଞ୍ଜନ ବରାଳ , ଜିଏନଏମ ଭାରତୀ ପଣ୍ଡା, ଟେକ୍ନିସିଆନ ଲୋକେଶ ପଣ୍ଡା, ମିନାକ୍ଷୀ ମାଝି, ଗୌରାଙ୍ଗ ସାହୁ ସହ ପ୍ରଧାନ ଶିକ୍ଷକ ଅନନ୍ତ ଟାକ୍ରି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଖର୍ଲି ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଓ ସ୍ୱଚ୍ଛ ଭାରତ ଅଭିଯାନ
- Hits: 15