ହେଡଲାଇନସ୍:

କେଶରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରୀତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସିଆରସିସି ରଞ୍ଜିତ୍ ପାତ୍ର ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ନମିତା ବିଷୋୟୀ, ଗ୍ରାମ ସଭାପତି ଯୁଗଳ କିଶୋର ପ୍ରଧାନ, ଇନ୍ଦ୍ରମଣି ବିଷୋୟୀ, ଗ୍ରାମ ପରିଚାଳନା କମିଟି ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ସର୍ବାଙ୍ଗୀନ ପ୍ରଗତି ପାଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀ ରୁପାଲି ପ୍ରଧାନଙ୍କୁ ଶ୍ରେଷ୍ଠ ଛାତ୍ରୀ ସମ୍ମାନ ରୂପେ ସରପଞ୍ଚ ଶ୍ରୀମତୀ ସ୍ୱାଇଁ ଏଗାର ଶହ ଟଙ୍କାର ଚେକ୍ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଶୋକ ଜେନା,ଅନିତା ପ୍ରଧାନ ଓ ମନୋଜ ଗୌଡ଼ ସହଯୋଗ କରିଥିଲେ I

0
0
0
s2sdefault