ଓଡ଼ଗାଁ,୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସାମ୍ନାରେ ଅବସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୋଗେଶ୍ଵର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାଏକ, ଜିଲ୍ଲାପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ ଓ ବିଦ୍ୟାଳୟର ଅଧ୍ୟକ୍ଷା ରିନା ପ୍ରଧାନ ମଞ୍ଚାସୀନ ହୋଇଥିଲେ । ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
ମୁଖ୍ୟପରିକଳ୍ପକ ମନୋଜ ପାତ୍ର ଅନୁଷ୍ଠାନର କାର୍ଯ୍ୟ ପ୍ରଣାଳୀ ଓ ଶୈକ୍ଷୀକ କାର୍ଯ୍ୟକ୍ରମ ସହିତ ହାଇସ୍କୁଲ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରିନାଥ ସାହୁ ସଞ୍ଜୋଜନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରାଜ୍ୟ
ସେଣ୍ଟ ଜାଭିଅର ହାଇସ୍କୁଲ ବାର୍ଷିକ ଉତ୍ସବ
- Hits: 116