ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।-ମୟୁରଭଞ୍ଜ ଜିଲ୍ଲାର ସାରସକଣା ପଂଚାୟତ ସମିତି ସଭାଗୃହରେ ସପ୍ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତି ବୈଠକ ପରିଚାଳନା କରିଥିବା ବେଳେ ବୈଠକରେ ମୁଖ୍ୟ ଅତିଥି ଭାବେ ସାରସକଣା ମାନ୍ୟବର ବିଧାୟକ ଭାଦବ ହାଁସଦା ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ସଦାନନ୍ଦ ଧେଲକି , ଶୀର୍ଷା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅପନ ସାହା ଏବଂ ସାଂସଦ ପ୍ରତିନିଧି ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହଥିବା ବେଳେ ବୈଠକରେ ୧୭ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା, ପାନୀୟ ଜଳ, ସାମାଜିକ ମଙ୍ଗଳ ସୁରକ୍ଷା, ଉଦ୍ୟାନ କୃଷି, ବିଜୁଳି, ଜାତୀୟ ରାଜପଥ, ପଶୁ ଚିକିତ୍ସା , ଗମନାଗମନ ଏବଂ ଆମ ଗାଁ ଆମ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଭାଦବ ହାଁସଦା ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବ୍ଲକର ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହିତ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେଲେ ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମାନଙ୍କୁ ତୁରନ୍ତ ଜଣାଇବା ପାଇଁ ଅନୁରୋଧ କରି ଥିଲେ । ତେବେ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଶିକ୍ଷା ବ୍ୟବସ୍ଥା ରେ ଅବହେଳା ଏବଂ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ମାନଙ୍କ ଅଦଳ ବଦଳ ଉପରେ ଅଧିକ ତ୍ରୁଟି ଥିବାର ଜଣା ପଡିଥିଲା ।56ନ ଜିଲ୍ଲା ପରିଷଦ ସଭ୍ୟା କୁ ଷ୍ଟେଜ୍,ରେ ଚେୟାର ନ ଦେବାରୁ ବିତ,ଡି,ଓ ଙ୍କୁ ବିରକ୍ତ ପ୍ରକାଶ କରିଥିଲା ଜଣେ ଲୋକପ୍ରିତିନିଧି କୁ ଏମିତି ଅସମ୍ମାନ ଗ୍ରହଣୀୟ ନୁହେଁ।
ରାଜ୍ୟ
ପଞ୍ଚାୟତ ସମିତି ବୈଠକ.: ପାନୀୟ ଜଳ, ପରିମଳ ଉପରେ ଗୁରୁତ୍ୱାରୋପ
- Hits: 15