ଓଡ଼ଗାଁ ମହୋତ୍ସବ ଓ ପଲ୍ମୀଶ୍ରୀ ମେଳା ୨୦୨୫, ତୃତୀୟ ସନ୍ଧ୍ୟାରେ ମନ ଜିଣୀଲା ମହାବିଦ୍ୟାଳୟସ୍ତରୀୟ ନୃତ୍ୟ ସଙ୍ଗୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ ଶନିବାର ତୃତୀୟ ସନ୍ଧ୍ୟାରେ ମନ ଜିଣିନେଲା ମହାବିଦ୍ୟାଳୟ ଓ ସ୍ଥାନୀୟ ନୃତ୍ୟ ଅନୁଷ୍ଠାନର ନୃତ୍ୟ ସଙ୍ଗୀତ । ବିଶେଷ କରି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ନୃତ୍ୟାଭିନୟ ଦର୍ଶକଙ୍କ ବେଶ୍ ଆଦୃତ ହୋଇଥିଲା । ସାନ୍ଧ୍ୟ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅପରାହ୍ନ ୫ ଘଟିକାରେ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ୧୬ ଗୋଟି ବିଦ୍ୟାଳୟ ସ୍ତରୀୟ ଏବଂ ନୃତ୍ୟକଳା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବେ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ଆଜିର ବିଚାରକ ମଣ୍ଡଳୀ ପ୍ରଦୀପ କୁମାର ସାହୁ, ଡ଼ା ଦେବୀପ୍ରସାଦ ପଣ୍ଡା, ପଦ୍ମଚରଣ ସାହୁ, ସାର୍ଥକ ଷଡ଼ଙ୍ଗୀ ଏବଂ ପ୍ରଶାନ୍ତ କୁମାର ଦାଶଙ୍କ ଦ୍ବାରା ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଗୁଡିକର ମାନ ନିର୍ଣ୍ଣୟ କରାଯାଇଥିଲା । ଆଜିର ସଭା ମଞ୍ଚରେ ଓଡ଼ଗାଁର ଖେଳ ମଣିଷ ତଥା ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକଙ୍କ କାବ୍ୟ ଯୁକ୍ତ ପରିଚାଳନା ମଧ୍ୟରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିରୂପେ ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ ଜିଲ୍ଲାପରିଷଦ ନୟାଗଡ଼, ସମ୍ମାନିତ ଅତିଥି ଇରାନି ରାୟ, ସମାଜସେବୀ, ବେଣୁଧର ପ୍ରଧାନ, ଉପାଧ୍ୟକ୍ଷ ପଞ୍ଚାୟତ ସମିତି ଭାପୁର ଏବଂ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ଵରେ ଅଞ୍ଚଳବାସୀଙ୍କ ସହଯୋଗ ଓ ପ୍ରଶାସନର ସହାୟତାରେ ଓଡ଼ଗାଁ ମହୋତ୍ସବ ସରସ ସୁନ୍ଦର ଓ ଶୃଙ୍ଖଳିତ ହୋଇପାରିଛି।
ଅନ୍ୟପକ୍ଷେ ଏହି ମହୋତ୍ସବ ବହୁ ଲୁକାୟିତ ପ୍ରତିଭାର ପରିଚୟ ସୃଷ୍ଟି ପାରିଛି ନିଶ୍ଚୟ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରଘୁନାଥଙ୍କ ପୀଠରେ ଓଡ଼ଗାଁର ମହୋତ୍ସବ ବେଶ ଶୃଙ୍ଖଳିତ ଓ ଏହା କୌଣସି ରାଜ୍ୟସ୍ତରୀୟ ମହୋତ୍ସବ ଠାରୁ କମ ନୁହେଁ ବୋଲି ଅତିଥି ମାନେ ମତ ରଖିଥିଲେ । ଏହା ସହ ଭୁବନେଶ୍ବରର କଳା ମନ୍ଦିର ଡ୍ୟାନ୍ସଗୃପରେ ଝୁମି ଥିଲେ ଦର୍ଶକ ।
ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ପଞ୍ଚାନନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।
ଆସନ୍ତାକାଲି ଚତୁର୍ଥ ତଥା ଅନ୍ତିମ ସନ୍ଧ୍ୟାରେ ବିଦ୍ୟାଳୟ ଓ ସ୍ଥାନୀୟ ନୃତ୍ୟାନୁଷ୍ଠାନର ବିଜେତା ଦଳମାନଙ୍କ ନୃତ୍ୟାଭିନୟ ସହିତ ଗୀତ୍ ମିଲନ ମେଲୋଡିରେ ଦିପ୍ତିରେଖା ପାଢିଙ୍କ ଜଲଓ୍ବା ଦେଖିବାର ସୁଯୋଗ ପାଇବେ ଦର୍ଶକ ।

0
0
0
s2sdefault