ଭୁବନେଶ୍ୱର- ତା ୦୮/୦୨/୨୦୨୫ - ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପାଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଓୟୁଟିଆର୍ରେ ବିଏସ୍ସି ଇଂଜିନିୟରିଂ (ସିଭିଲ୍) ପରେ ପ୍ରଫେସର ସାହୁ ଉଟଝଇଞ ରେ ଏମ୍.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍କିରୁ ପିଏଚଡି ହାସଲ୍ କରିଥିଲେ । ଏହାପରେ ପ୍ରଫେସର ସାହୁ ମଧ୍ୟ ଏଲଏଲବି ମଧ୍ୟ କରିଛନ୍ତି । ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି । ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋଡର଼୍ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡେ଼ମିକ କାଉନ୍ସିଲର ସଦସ୍ୟ ଏବଂ ସିନେଟ୍ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି । ପାଠ୍ୟଗତ ସଫଳତା ମଧ୍ୟରେ ଗୋଟିଏ ପୁସ୍ତକରେ ପ୍ରକାଶନ, ଗୋଟିଏ ପୁସ୍ତକର ସଂପାଦନା ମୁଖ୍ୟ ଏବଂ ଛଅଟି ସନ୍ଦର୍ଭର ସମୀକ୍ଷା କରିଛନ୍ତି ଏବଂ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନ ପାଇଁ ପ୍ରଫେସର ସାହୁଙ୍କର ଅବଦାନ ରହିଛି ।
ଏତଦ୍ବ୍ୟତୀତ ପ୍ରଫେସର ସାହୁଙ୍କ ଅଧିନରେ ୬ଜଣ ଗବେଷକ ସଫଳତାର ସହ ପି.ଏଚ୍.ଡି. ଡ଼ିଗ୍ରୀ ହାସଲ କରିଛନ୍ତି ।
ରାଜ୍ୟ
ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ।
- Hits: 14