ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅଦ୍ୟ ୦୮ ଫେବୃଆରୀ ୨୦୨୫ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଉଭୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ଭଂଜ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଯେହେତୁ ଭଞ୍ଜ ଜୟନ୍ତୀ ପଞ୍ଚମୀ ତିଥି ଅର୍ଥାତ୍ ପବିତ୍ର ସରସ୍ଵତୀ ପୂଜା ଦିନ ସାରା ଭଞ୍ଜନଗର ର ଗ୍ରାମ ଠୁ ସହର ସବୁଠି ଏହି ଉତ୍ସବ ପାଳନ ହୋଇଥିବା ରୁ, ଏହି ଜୟନ୍ତୀ କୁ କିଛି ଦିନ ପରେ ବା ପୂର୍ବରୁ ଏହି ପୁରାତନ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ମହା ଆଡ଼ମ୍ବରରେ ପାଳନ କରାଯାଇଥାଏ।
ଅପୂର୍ବ ଵିଲକ୍ଷଣୀୟ ପ୍ରତିଭା ଧାରୀ ଉତ୍କର୍ଷ କଳା ର ଦେଶ ଉତ୍କଳ ନାମକୁ ସାର୍ଥକ କରୁଥିବା ଯେଉଁ ସାରସ୍ୱତ ପ୍ରତିଭା ସମୂହ ବିଭିନ୍ନ ସମୟରେ ଉତ୍କଳ ମାତାଙ୍କ ଚାରୁ ଅଙ୍କ ମଣ୍ଡନ କରି ସମସାମୟିକ ସଂସ୍କୃତ ପ୍ରତିସ୍ପର୍ଦ୍ଧୀ ସାରସ୍ୱତ ଯୋଗସାଧକ ମାନଙ୍କୁ ନିଜର ସ୍ଵୀୟ ସ୍ୱତନ୍ତ୍ରତା ପ୍ରତିପାଦନ ପୂର୍ବକ ଓଡ଼ିଆ ସାହିତ୍ୟକାଶରେ ଧ୍ରୁବତାରl ସଦୃଶ ନିଜର ଛବି ଚିର ଜ଼ାଜ୍ୱଲ୍ୟମାନ କରି ରଖିଛନ୍ତି , ତାର ସର୍ବାଗ୍ରେ ଯିଏ ଅଛନ୍ତି ସେ ଆଉ କେହି ନୁହନ୍ତି , ସେ ହେଉଛନ୍ତି କବିଗୁରୁ, ବୀରବର ,ଶବ୍ଦ ସମୁଦ୍ର ଲଙ୍ଘନ କlରୀ ବାଣୀପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ I
ଏହି ସାରସ୍ୱତ ସାଧକଙ୍କ ଜୟନ୍ତୀ ପାଳନ ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ, ବିଦ୍ୟାଳୟର ଭଞ୍ଜ ସାହିତ୍ୟାନୁରାଗୀ ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର ଙ୍କ ସଂଯୋଜନl ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ। ଏହି ପୂଜ୍ୟ ପୂଜା ର ସ୍ଵାକ୍ଷର ବହନ କlରି ଏହି ଅନନ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭଞ୍ଜ ପ୍ରବକ୍ତା ତଥା ଗବେଷକ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. କମ୍ଭୁପାଣି ସାମନ୍ତ ଏବଂ ଉପେନ୍ଦ୍ର ଭଞ୍ଜ ଶବ୍ଦ ସମୁଦ୍ର ପାର କରିଛନ୍ତି ବୋଲି ମତ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଭଞ୍ଜ ସାହିତ୍ୟ ଗବେଷକ ଅନନ୍ୟ ପ୍ରତିଭା ଧାରୀ ତଥା ପ୍ରାର୍ଥନା ଚ୍ୟାନେଲ ପ୍ରସାରିତ ଜ୍ଞାନ ଗୁରୁ କାର୍ଯ୍ୟକ୍ରମର ମହାଗୁରୁ ତଥା ଦୂରଦର୍ଶନର ପୂର୍ବତନ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ଡ଼. ଶାନ୍ତନୁ କୁମାର ରଥ ଏବଂ ବକ୍ତବ୍ୟ ରେ କହିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ଓଡ଼ିଆ ଓ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଲି । ଅନ୍ୟ ସମ୍ମାନିତ ଅତିଥି ଭାବେ ଭଂଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଗୋପବନ୍ଧୁ ମହାପାତ୍ର, , ଯୋଗଦେଇଥିଲେ ଓ ଭଂଜନଗର ସହରର ସବୁ ଅନୁଷ୍ଠାନ ଭଂଜଙ୍କ ନାମରେ ନାମିତ ହେବା ଉଚିତ ବୋଲି ଉଲ୍ଲେଖ କରିଥିଲେ । ଡ଼ଃ ସୁରେଶ ଚନ୍ଦ୍ର ପଣ୍ଡା ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାଶ କାବ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଭଞ୍ଜ ସାହିତ୍ୟ ରେ ସରଳ ମଧୁର ପଦାବଳୀ ସମ୍ପର୍କରେ. ବୋଲି ଉଲେଖ କରିଥିଲେ I ସମ୍ମାନିତ ଅତିଥି କାମରାଜୁ ସାହାଣୀ ଉପେନ୍ଦ୍ର ଭଞ୍ଜ ଙ୍କ ସାହିତ୍ୟ ର ପଟାନ୍ତର ନାହିଁ ବୋଲି ମତ ପ୍ରକାଶ କରିଥିଲେ I ଅତିଥି ସୁରେନ୍ଦ୍ର ଶତପଥୀ ଭଂଜ ଶବ୍ଦ ସମ୍ରାଟ ବୋଲି କହିଥିଲେ। ସଭାପତି ଶ୍ରୀ ଉମାକାନ୍ତ ନାହାକ ଉପେନ୍ଦ୍ର ଭଞ୍ଜ ହିଁ ଉପେନ୍ଦ୍ର ଭଞ୍ଜ ଅଟନ୍ତି ବୋଲି ମତ ଦେଇ ଥିଲେ I ଅତିଥି ମାନଙ୍କ ଦ୍ୱାରା ପ୍ରଧାନଶିକ୍ଷକ କାର୍ଯ୍ୟଳୟସ୍ଥ ଭଂଜଙ୍କ ତୈଳ ଚିତ୍ର ଓ ବିଦ୍ୟାଳୟ ପରିସରସ୍ଥ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ଛାତ୍ର ଅରୁଣ କୁମାରଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ସଂଯୋଜକ ଶ୍ରୀ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ I ରସଗର୍ଭକ ଆଲୋଚନା ପରେ ଭଞ୍ଜ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ l ସଂଯୋଜକ ଶ୍ରୀ ମିଶ୍ର , " କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଓ ତତ୍କାଳୀନ ବାଲେଶ୍ଵର କଲେକ୍ଟର ଜନ୍ ବିମ୍ସଙ୍କ ଉକ୍ତି କୁ ଉଦ୍ଧାର କରି କହିଥିଲେ ଯେ ଉପେନ୍ଦ୍ର ଭଞ୍ଜଙ୍କ ଯୋଗୁଁ ଆମେ ଆଜି ଓଡ଼ିଆ " ବୋଲି ମତ ଦେଇ ଥିଲେ ଏବଂ ଶିକ୍ଷକ ବିରୁପାକ୍ଷ ପଣ୍ଡା, ଏକ ସ୍ବ - ରଚିତ ଭଂଜଙ୍କ ସଂପର୍କିତ ଗୀତ ଆବୃତ୍ତି କରିଥିଲେ । ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ଏବଂ ପରିଶେଷରେ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ ଏଥିରେ ଅନେକ ବି.ଇ.ଡି ଏବଂ ସି.ଟି ଟ୍ରେନିଂ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।