ହେଡଲାଇନସ୍:

ଶିବମନ୍ଦିରପ୍ରତିଷ୍ଠା ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବରପାଲି :-ବରପାଲି କଲେଜଛକ ସ୍ଥିତ ମାରୁତି ନଗର ଠାରେ ତିନିଦିନ ଧରି ଚାଲିଥିବା ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିନ ଶତାଧିକ ମହିଳା କଲସ ଶୋଭାଯାତ୍ରା ସହର ପରିକ୍ରମା କରିବା ପୂର୍ବକ ବିଧିମତେ କଲସ ସ୍ଥାପନ,ଦେବାଦେବୀ ଆବାହନ ଓ ଦେବାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ସହ ବିଗ୍ରହ ପ୍ରବେଶ ହୋଇଛି । ଏହି ପ୍ରତିଷ୍ଠା ଉତ୍ସବରେ ଦେବାନନ୍ଦ ମେହେର ଓ ତାଙ୍କ ପତ୍ନୀ ହେମନ୍ତୀ ମେହେର (ନିରାଶି) ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଲେ ପଣ୍ଡିତ ମାନଙ୍କ ଦ୍ବାରା ପୂର୍ଣ୍ଣାହୁତି କରାଯାଇଥିଲା । ଏଥିରେ ପ୍ରତ୍ୟେହ ଦିନ ଭଜନ କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା । ଏନେଇ ସହର ଉତ୍ସବ ମୁଖର ହୋଇପଡିଥିଲା ।

0
0
0
s2sdefault